ଠେଲାଗାଡ଼ିରେ ଶବ ବୋହିଲା ପୁଲିସ

ଠେଲାଗାଡ଼ିରେ ଶବ ବୋହିଲା ପୁଲିସ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ଠାରେ ଶବକୁ ମିଳିଲାନି ସମ୍ମାନ। ଯେଉଁ ଠେଲା ଗାଡ଼ିରେ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଥିଲେ ସେଥିରେ ହିଁ ବୁହାହେଲେ। ପୁଣି ତାହାକୁ ପୁଲିସ ଓ ସଂପର୍କୀୟ ମିଶି ଠେଲିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉଦ‌୍‌ବେଗ ପ୍ରକଶ ପାଇଛି। ଶବ ବୋହହିବାକୁ ସରକାର ଯୋଜନା କରିଥିବା ବେଳେ କେଉଁ ପରିସ୍ଥିତିରେ ଜଣେ ଗରିବ ମହିଳାଙ୍କ ଶବ ନେବାକୁ ଗାଡ଼ି ମିଳିଲା ନାହିଁ ତାହାର ତଦନ୍ତ କରିବାକୁ ଦାବି ହୋଇଛି।

ଘଟଣା ଅନୁଯାୟୀ ଗତ କିଛି ଦିନ ତଳେ ଲଳିତା ମାଲି ନାମକ ଜଣେ ମହିଳା ସ୍ବାମୀଙ୍କୁ ଛାଡ଼ିବା ପରେ ଦୁଇ ଛୋଟ ପିଲା ଏବଂ ବୃଦ୍ଧା ମା’ଙ୍କୁ ନେଇ ଚିତ୍ରକୋଣ୍ଡା ଚାଲି ଆସିଥିଲେ। ଗୋଟିଏ ଘର ଭଡ଼ା କରି ରହିବା ସହ ଠେଲା ଗାଡ଼ିରେ ଜଳଖିଆ ବ୍ୟବସାୟ କରି ଚଳୁଥିଲେ। ତେବେ ଗତକାଲି ତାଙ୍କ ଝୁଲନ୍ତା ଶବ ଘରେ ଠାବ କରାଯାଇଥିଲା। ଏନେଇ ସ୍ଥାନୀୟ ଲୋକ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚିବା ବେଳକୁ ସଂଧ୍ୟା ହୋଇଯାଇଥିଲା। ଏପରିକି ନିଜର ବୋଲି ପାଖରେ କେହି ନଥିଲେ। ତେଣୁ ଗତକାଲି ଶବ ବ୍ୟବଚ୍ଛେଦ କରାଯାଇ ପାରି ନଥିଲା। ଆଜି ଲଳିତାଙ୍କ କିଛି ସଂପର୍କୀୟ ଆସିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିନ୍ତୁ ମେଡିକାଲ ପର୍ଯ୍ୟନ୍ତ ଶବ ନେବାକୁ ଗାଡ଼ି ମିଳିଲା ନାହିଁ। ‌ଯାହାଫଳରେ ଯେଉଁ ଠେଲା ଗାଡ଼ିରେ ସେ ବ୍ୟବସାୟ କରୁଥିଲେ ସେଥିରେ ହିଁ ତାଙ୍କ ଶବକୁ ମେଡିକାଲ ନିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe