ଅଲୋଡ଼ା ଶବର ସତ୍କାର କଲେ ଶ୍ରୀରାମଲୀଳା ନାଟ୍ୟ ସଂସଦ କର୍ମକର୍ତ୍ତା

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ବୌଦ୍ଧ: ବୌଦ୍ଧ ସହର ମର୍ଜାକୁଦର ବୃଦ୍ଧା ଗୌରୀ ମେହେର ପରିବାର ପାଇଁ ଅଲୋଡ଼ା ହୋଇ ପଡ଼ିଥିଲେ। ନିରାଶ୍ରୟ ଗୌରୀ ଝାଡ୍ରାଜିଙ୍ଗରେ ଥିବା ବୃଦ୍ଧାଶ୍ରମରେ ଆଶ୍ରୟ ନେଇଥିଲେ। ବୁଧବାର ତାଙ୍କ ମୃତ୍ୟୁ ହେବାପରେ ବୃଦ୍ଧାଶ୍ରମ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଖବର ଦେଇଥିଲେ। ହେଲେ ମୃତ୍ୟୁ ପରେ ମଧ୍ୟ ସେ ପରିବାର ପାଇଁ ଆଲୋଡ଼ା ହୋଇ ରହିଗଲେ। ଖବର ପାଇ ବୌଦ୍ଧର ଶ୍ରୀରାମଲୀଳା ନାଟ୍ୟ ସଂସଦ କର୍ମକର୍ତ୍ତା ଯାଇ ଚାରିଛକ ନିକଟ ବୃଦ୍ଧାଶ୍ରମରୁ ଶବ ଆଣିଥିଲେ। ସଂସଦର କର୍ମକର୍ତ୍ତାମାନେ ଶବକୁ ଯଥୋଚିତ ସମ୍ମାନ ଦେଇ ରାଜଘାଟରେ ଅନ୍ତିମ ସଂସ୍କାର କରିଥିଲେ। ସଂସଦର କାର୍ଯ୍ୟକାରୀ ସଭାପତି ଜୟନାରାୟଣ ମହାନ୍ତି, ସଂପାଦକ ମନୋଜ ସାହୁ, ବିଦ୍ୟାଧର ପ୍ରଧାନ, ସନ୍ତୋଷ ସାହୁ, ମାନସ ମିଶ୍ର, କାହ୍ନା ମହାପାତ୍ର, ଅମ୍ରିତ ମହାପାତ୍ର, ରୀତେଶ ମହାପାତ୍ର, ଜିତେନ୍ଦ୍ର ପାଣିଙ୍କ ସହ ଆଶ୍ରମର କର୍ମକର୍ତ୍ତା ସନ୍ତୋଷ ରାଉତ ଓ କୃପାସିନ୍ଧୁ ହୋତା ପ୍ରମୁଖ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe