image source-indiatoday
ବୌଦ୍ଧ: ବୌଦ୍ଧ ଥାନା ଅନ୍ତର୍ଗତ ଖୁଣ୍ଟବନ୍ଧ ବୁରକୋଟା ଗାଁର ବଦବସ୍ ପଡ଼ିଆ ବର ଗଛରେ ଜଣେ ରାଜମିସ୍ତ୍ରୀଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ସେ ନିଜ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ତାଙ୍କର ନାମ ବିଶ୍ୱଜିତ ସାହୁ ବୋଲି ଜଣାଯାଇଛି। ତାଙ୍କର ବୟସ ପ୍ରାୟ ୪୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।
ମୃତ ରାଜମିସ୍ତ୍ରୀ ବିଶ୍ୱଜିତ ସାହୁଙ୍କ ଘର ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ବ୍ଲକ୍ ଅନ୍ତର୍ଗତ ହରଡ଼ଶାଳ ଗାଁରେ ବୋଲି ବୌଦ୍ଧ ଥାନାଧିକାରୀ ତପସ୍ୱିନୀ କହଁର କହିଛନ୍ତି। ତେବେ ପ୍ରାଥମିକ ତଦନ୍ତରୁ ମିଳିଥିବା ଠିକଣାରେ ଏଭଳି କୌଣସି ବ୍ୟକ୍ତି ରହୁ ନ ଥିବା କୁହାଯାଉଛି। ସେ ଖୁଣ୍ଟବନ୍ଧ ଅଞ୍ଚଳରେ ରାଜମିସ୍ତ୍ରୀ କାମ କରୁଥିଲେ।
ଆଜି ସକାଳେ ତାଙ୍କ ଶବ ଝୁଲନ୍ତା ଅବସ୍ଥାରେ ଠାବ ହୋଇଥିଲା। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ୍ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ମିସ୍ତ୍ରୀଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ। ଏନେଇ ବୌଦ୍ଧ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।
Follow Us