image source--indiatoday
ଝାରସୁଗୁଡ଼ା:ଝାରସୁଗୁଡ଼ା ଜିଲ୍ଲାର ପୁଡ଼ାମାଲ ଗାଁ ନିକଟରେ ଜଣେ ବ୍ୟକ୍ତିଙ୍କର ରକ୍ତାକ୍ତ ମୃତ ଦେହ ଉଦ୍ଧାର ହୋଇଥିବାର ସୂଚନା ମିଳିଛି । ସେହି ବ୍ୟକ୍ତିଙ୍କର ନାମ ଗୁଣସାଗର ଦାସ ଏବଂ ତାଙ୍କର ବୟସ ୪୭ ବର୍ଷ ବୋଲି ଜଣାଯାଇଛି। ଝାରସୁଗୁଡ଼ା ଟାଉନ ଥାନା ଅନ୍ତର୍ଗତ ପୁଡ଼ାମାଲ ଗାଁ ନିକଟ ପଡ଼ିଆରୁ ଆଜି ଭୋରୁ ସ୍ଥାନୀୟ ଲୋକେ ପ୍ରାତଃ ଭ୍ରମଣରେ ଯିବା ବେଳେ ଗୁଣସାଗର ଦାସଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଦେଖିବାକୁ ପାଇଥିଲେ । ଏହାପରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ଖବରପାଇ ଝାରସୁଗୁଡ଼ା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ମୃତଦେହ ଉଦ୍ଧାର କରିଥିଲେ।
image source -just dialପ୍ରାଥମିକ ତଦନ୍ତରୁ ଜଣାଯାଇଛି ଯେ କେହି ଗୁଣସାଗରଙ୍କର ଗଳାକାଟି ହତ୍ୟା କରିଛି। କାରଣ ମୃତ ଗୁଣସାଗରଙ୍କର ବେକରେ କ୍ଷତ ଚିହ୍ନ ରହିଛି। ଆହୁରି ମଧ୍ୟ ଜଣାଯାଇଛି ଯେ ଗୁଣସାଗର ଗତକାଲି ସନ୍ଧ୍ୟା ସମୟରୁ ନିରୁଦ୍ଦିଷ୍ଟ ଥିଲେ। ଗତକାଲି ରାତିରେ ଘରକୁ ନ ଫେରିବା ଯୋଗୁଁ ପରିବାର ଲୋକେ ଗୁଣସାଗରଙ୍କୁ ଖୋଜିଖୋଜି ନିରାଶ ହୋଇଥିଲେ। ଆଜି ସକାଳେ ତାଙ୍କର ମୃତଦେହ ଠାବ ହେଲାପରେ ସେମାନେ ଏହାକୁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଗୁଣସାଗର ଦାସଙ୍କର ଚାରିଜଣ ସନ୍ତାନ ଅଛନ୍ତି।
Follow Us