ସନ୍ଧ୍ୟାରେ ଘରୁ ଯାଇ ଫେରି ନଥିଲେ, ସକାଳୁ ଘାଟିରାସ୍ତାରୁ ଉଦ୍ଧାର ହେଲା ମୃତଦେହ

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରୀଗାଁ ଚନ୍ଦାହାଣ୍ଡି ଘାଟିରେ ପଡ଼ି ରହିଛି ଯୁବକଙ୍କ ଅଧା ମୃତଦେହ। ମୃତ ବ୍ୟକ୍ତି ଜଣକ ଚନ୍ଦାହାଣ୍ଡି ଥାନା ଚକାମାଲ ଗ୍ରାମର ବଜନାଥ ପୋଡ଼ଙ୍କ ପୁଅ ତୁଳସୀ ପୋଡ଼। ସୋମବାର ସେ ଘରୁ ବାହାରି ଯାଇଥିଲେ। କିନ୍ତୁ ରାତି ପର୍ଯ୍ୟନ୍ତ ଘରକୁ ଫେରିନଥିବା ହେତୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ସକାଳୁ ଚନ୍ଦାହାଣ୍ଡି ଘାଟିରେ ଏକ ମୃତ୍ୟୁଦେହ ପଡ଼ି ରହିଥିବା ଖବର ଶୁଣି ଘଟଣାସ୍ଥଳରେ ପହଂଚି ଥିଲେ ପରିବାର ଏବଂ ଅଧା ମୃତଦେହକୁ ଦେଖି ଚି଼ହ୍ନଟ କରିଥିଲେ। ତେବେ ମୃତ ତୁଳସୀର ମୁଣ୍ଡରୁ ପେଟ ଯାଏଁ ଏକ ଅଂଶ ରହିଥିବା ବେଳେ ଅଣ୍ଟାରୁ ଗୋଡ଼ ଯାଏଁ ନାହିଁ।

ତେବେ ଘଟଣାର କାରଣ ଏବେ ଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଏହା ଏକ ଗାଡ଼ି ଧକ୍କା ଦୁର୍ଘଟଣା ହୋଇଥାଏ ବୋଲି ସଂନ୍ଦେହେ କରାଯାଉଛି। ମୃତଦେହ ୧୫ ମିଟରରୁ ଉର୍ଦ୍ଧ୍ବ ରାସ୍ତା ପର୍ଯ୍ୟନ୍ତ ଘୋଷାଡ଼ି ହୋଇଯାଇଛି ଏବଂ ଅଧା ଖଣ୍ଡ ମୃତଦେହ ପଡ଼ି ରହିଛି। ଦୁର୍ଘଟଣାରେ ଶରୀରର ଅଧା ଅଂଶ ଦେଖାଯାଉନଥିବା ବେଳେ ରାସ୍ତାକଡ଼ରେ ପଡ଼ିରହିଥିବା ଦେଖିବାକୁ ମିଳିଛି। ଶରୀରର ଅଣ୍ଟା ଠାରୁ ଗୋଡ଼ ଦେଖାଯାଉନଥିବା ବେଳେ ଖୋଜା ଖୋଜି କରୁଛନ୍ତି ପରିବାର ଏବଂ ପୁଲିସ। ଚନ୍ଦାହାଣ୍ଡି ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe