India Rail Info
ରାଉରକେଲା : ରେଳ ବିଭାଗର ଅବହେଳା ଆଜି ପଦାରେ ପଡ଼ିଛି। ଜଣେ ଅଜଣା ଯୁବକଙ୍କର ଶବ ପ୍ରାୟ ୧୨ ଘଣ୍ଟା ଧରି ଏକ ଟ୍ରେନରେ ପଡ଼ିରହିଲା। ଗୋଟିଏ ପରେ ଗୋଟିଏ ଷ୍ଟେସନ ପାରି ହେଉଥିଲା ଟ୍ରେନ। କିନ୍ତୁ ରେଳ ସୁରକ୍ଷାକର୍ମୀ କିମ୍ବା ରେଳ ପୁଲିସ କେହି ଶବ ଦେଖି ପାରିଲେନି କି ଉଦ୍ଧାର କଲେନି। ଶେଷରେ ଶବଟିକୁ ରାଉରକେଲା ଷ୍ଟେସନରେ ରେଳ ପୁଲିସ ସହାୟତାରେ ଓହ୍ଲାଯାଇ ମର୍ଗ ହାଉସ୍ରେ ରଖାଯାଇଛି। ନିର୍ଦ୍ଦିଷ୍ଟ କେଉଁ କାରଣରୁ ଯୁବକଙ୍କ ମୃତ୍ୟୁ ହୋଇଛି, ତାହା ସ୍ପଷ୍ଟ ହୋଇନାହିଁ।
ଆଜି ଭୋର୍ ପ୍ରାୟ ୩ଟାରେ ଇତୱାରୀ-ଟାଟାନଗର ପାସେଞ୍ଜର୍ ଟ୍ରେନ୍ ରାଉରକେଲା ଷ୍ଟେସନ ୪ ନମ୍ବର ପ୍ଲାଟଫର୍ମରେ ଅଟକିବା ପରେ ଆର୍ପିଏଫ୍ କର୍ମଚାରୀ ଏକ ଖାଲି ବଗିର ଚଟାଣରେ ଜଣେ ଯୁବକ(୪୦)ର ଶବ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ। ସନ୍ଦେହ ହେବାରୁ ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ୧୦/୧୨ ଘଣ୍ଟା ପୂର୍ବେ ଯୁବକର ମୃତ୍ୟୁ ହୋଇସାରିଥିବା ଡାକ୍ତର ସୂଚନା ଦେଇଥିଲେ। ଯେଉଁ ବଗିରେ ଯୁବକର ମୃତ ଦେହ ଉଦ୍ଧାର କରାଯାଇଥିଲା, ସେଠାରେ ଜଣେ ହେଲେ ଯାତ୍ରୀ ନ ଥିବାରୁ ଯୁବକର ମୃତ୍ୟୁର କାରଣ ବିଷୟରେ ଅଧିକ ଜଣାପଡ଼ିନାହିଁ।
Follow Us