ରେଳ ଧାରଣାରୁ ମିଳିଲା ଗତକାଲିଠାରୁ ନିଖୋଜ ଥିବା ବୃଦ୍ଧାଙ୍କର ମୃତ ଦେହ

ରେଳ ଧାରଣାରୁ ମିଳିଲା ଗତକାଲିଠାରୁ ନିଖୋଜ ଥିବା ବୃଦ୍ଧାଙ୍କର ମୃତ ଦେହ

ଘଟଗାଁ: କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଘଟଗାଁ ଥାନା ଅଞ୍ଚଳର ରେଳ ଧାରଣାରୁ ଜଣେ ବୃଦ୍ଧାଙ୍କର ମୃତ ଦେହ ଠାବ ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁଯାୟୀ, ଘଟଗାଁ ଥାନାର ନୁସୁରିପଶି ଗ୍ରାମର ଜଣେ ୬୫ ବର୍ଷୀୟା ବୃଦ୍ଧା ଶାନ୍ତିଲତା ବେହେରା ଗତକାଲି ସନ୍ଧ୍ୟାରୁ କେଉଁଆଡ଼େ ଚାଲିଯାଇଥିଲେ। ରାତିରେ ତାଙ୍କ ପରିବାର ଲୋକେ ଶାନ୍ତିଲତାଙ୍କୁ ବହୁତ ଖୋଜାଖୋଜି କରିଥିଲେ। କିନ୍ତୁ କେଉଁଠି ବି ତାଙ୍କର ସନ୍ଧାନ ମିଳି ନ ଥିଲା।
ଆଜି ସକାଳେ କିଛି ଲୋକ ଗ୍ରାମ ନିକଟରେ ଥିବା ରେଳ ଧାରଣା ଉପରେ ଶାନ୍ତିଲତା ବେହେରାଙ୍କର ମୃତ ଦେହ ଦେଖିବାକୁ ପାଇଥିଲେ। ସେମାନେ ଏସଂପର୍କରେ ଶାନ୍ତିଲତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ତାପରେ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଥିଲେ।

Image result for rail track Image Source-Pixabay

ଖବର ପାଇ ଘଟଗାଁ ଥାନା ପୁଲିସ ବି ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ବୃଦ୍ଧା ଶାନ୍ତିଲତା ବେହେରାଙ୍କ ମୃତ୍ୟୁ କିଭଳି ହୋଇଛି, ସେ କାହିଁକି ଘରୁ ନିଖୋଜ ହୋଇଥିଲେ ,ଏହା ଆତ୍ମହତ୍ୟା ନା ହତ୍ୟା ତାକୁ ନେଇ ପୁଲିସ ତଦନ୍ତ କରୁଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe