ମାର୍କେଟ କମ୍ପ୍ଲେକ୍ସରେ ଯୁବକଙ୍କ ମୃତଦେହ

ଅନାହାରରେ ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ!

Image Courtesy of India Today

ଇବ୍‌ଥର୍ମାଲ: ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ଅର୍ନ୍ତଗତ ତେଲେନପାଲି ମଙ୍ଗଳବାର ବଜାର ନିକଟ ଓପିଜିସିର ପୁରୁଣ ମାର୍କେଟ କଂପ୍ଲେକ୍ସରେ ଶନିବାର ଜଣେ ଅଜଣା ଯୁବକଙ୍କ ଶବ ପଡ଼ିଥିବା ଦେଖିବାକୁ ମିଳିଛି। ମୃତକଙ୍କ ବୟସ ୩୦ ବର୍ଷ ପାଖାପାଖି ହେବ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜଗି ରହିଛି।

ତେଲେନପାଲି ଗ୍ରାମର ଭୋଳାମଣି ପ୍ରଧାନଙ୍କ ଅଭିଯୋଗକ୍ରମେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଆଇଆଇସି ଅନା ମିଞ୍ଜଙ୍କ ସୂଚନାନୁଯାୟୀ ରବିବାର ସକାଳେ ସାଇନ୍‌ଟିଫିକ୍ ଟିମ ଆସିଲା ପରେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯିବ। ସ୍ଥାନୀୟ ଲୋକଙ୍କ କହିବାନୁସାରେ କିଛି ଦିନ ପୂର୍ବେ ସଂପୃକ୍ତ ଯୁବକ ଆସି ମଙ୍ଗଳବାର ବଜାରରେ ରହୁଥିଲେ। କାହା ସହ କଥାବାର୍ତ୍ତ କରୁ ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe