The Economic Times
ପଦ୍ମପୁର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ନୂଆଗାଁ ରେଳଫାଟକ ନିକଟସ୍ଥ ରେଳଧାରଣାରୁ ପୁଲିସ ଆଜି ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଯୁବକ ପୋଇପାଣି ତଳସାହି ଗ୍ରାମର ସ୍ବର୍ଗତ ବଳରାମ ମୁଣ୍ତାଙ୍କ ପୁଅ ତ୍ରିବନ ମୁଣ୍ତା ଓରଫ ରିଳୁ।
ମୃତ ତ୍ରିବନ ବିବାହିତ ଏବଂ ତାଙ୍କର ୩ଟି ସନ୍ତାନ ଅଛନ୍ତି। ତେବେ କିଛିଦିନ ପୂର୍ବେ ତଳକୁସୁମିତା ଖୁଣ୍ଟାପଡା ଗ୍ରାମର ଜଣେ ଯୁବତୀଙ୍କୁ ସେ ଆଣି ଘରେ ରଖିଥିଲେ। ଆଜି ସକାଳୁ ନୂଆଗାଁ ରେଳଧାରଣା ଉପରୁ ତ୍ରିବନ ମୁଣ୍ତାଙ୍କ ମୃତଦେହ ସ୍ଥାନୀୟ ଲୋକେ ଦେଖିଥିଲେ। ତ୍ରିବନଙ୍କ ଆଖି ତଡ଼ା ଯାଇଛି। ତାଙ୍କୁ କେହି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବାକୁ ରେଳ ଲାଇନରେ ପକାଇ ଦେଇଥିବା ସନ୍ଦେହ କରାଯାଉଛି। ଖବରପାଇ କେନ୍ଦୁଝର ସଦର ଥାନା ଏସ୍ଆଇ ପ୍ରବୋଧ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। କେସ ନମ୍ବର ୪୮/୨୨ରେ ଏକ ମାମଲା ରୁଜୁ କରାଯାଇଛି। ଘଟଣା ସଂପର୍କରେ ତଦନ୍ତ କରାଯାଉଛି ବୋଲି ସଦର ଥାନା ଅଧିକାରୀ ସୁନିଲ କୁମାର କର କହିଛନ୍ତି।
Follow Us