୪୮ ଘଣ୍ଟା ରାଜପଥ କଡ଼ରେ ପଡ଼ି ରହିଲା ମୃତଦେହ, ସତ୍କାର କଲା ଦିବ୍ୟାଙ୍ଗ ନାତି

୪୮ ଘଣ୍ଟା ରାଜପଥ କଡ଼ରେ ପଡ଼ି ରହିଲା ମୃତଦେହ, ସତ୍କାର କଲା ଦିବ୍ୟାଙ୍ଗ ନାତି

VectorStock

ରାୟଗଡ଼ା: ଦୁଇ ଦିନ ଧରି ଜାତୀୟ ରାଜପଥ କଡ଼ରେ ପଡି ରହିଥିଲା ବୃଦ୍ଧାଙ୍କ  ମୃତଦେହ। ଶବ ସତ୍କାର କରିବାରେ ଅକ୍ଷମ ଯୋଗୁ ବଦାନ୍ୟ ବ୍ୟକ୍ତି ଓ ପ୍ରଶାସନର ସହଯୋଗକୁ ଅପେକ୍ଷା କରି ବସିଥିଲା ଦିବ୍ୟାଙ୍ଗ ନାତି। ରାୟଗଡ଼ା ପୁଲିସ ନିକଟରେ ଖବର ପହଞ୍ଚିବା ଏସଆଇ ସୁଶାନ୍ତ ଶତପଥୀଙ୍କ ସହାୟତାରେ ରାୟଗଡ଼ା ଶ୍ମଶାନରେ ବୃଦ୍ଧାଙ୍କ ଶବ ସତ୍କାର ହୋଇଛି।

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଖୁରିଗାଁ ଝୋଡିଆ ସାହିର ଦିବ୍ୟାଙ୍ଗ ମକର କାଡ୍ରକା ପିଲାଦିନରୁ ରାୟଗଡ଼ା ସହରରେ ରହି ଆସୁଛନ୍ତି। ମକର  ନିଜ ଆଈ ମା ପୂର୍ଣ୍ଣିମାଙ୍କ ସହିତ ୩୨୬ ନମ୍ବର ଜାତୀୟ ରାଜପଥର ଡିଆଇବି ଛକ ପାର୍ଶ୍ବରେ ପଲିଥିନ କୁଡିଆରେ ରହୁଥିଲେ। ବୃଦ୍ଧାବସ୍ଥା ଯୋଗୁ ଗତ କିଛି ଦିନ ହେଲା ପୂର୍ଣ୍ଣିମା ଅସୁସ୍ଥ ହୋଇ ରାସ୍ତାକଡ କୁଡ଼ିଆରେ ହିଁ ପଡି ରହିଥିଲେ। ନାତି ମକର ଦିବ୍ୟାଙ୍ଗ ହୋଇଥିବାରୁ ଆଇ ପୂର୍ଣ୍ଣିମାର ସ୍ବାସ୍ଥ୍ୟ ପରୀକ୍ଷା କରିବାରେ ବିଫଳ ହୋଇଥିଲେ। ଫଳରେ ରୋଗାକ୍ରାନ୍ତ ହୋଇ ଗତ ଦୁଇ ଦିନ ତଳେ ପୂର୍ଣ୍ଣିମା ଆଖି ବୁଜିଥିଲେ। ଆଇ ମାଆର ମୃତ୍ୟୁ ସଂପର୍କରେ ମକର ସ୍ପଷ୍ଟ ଭାବରେ ଜାଣିଥିଲେ ମଧ୍ୟ ଦିବ୍ୟାଙ୍ଗ କାରଣରୁ ଶେଷକୃତ୍ୟ ପାଇଁ ଶ୍ମଶାନକୁ ନେଇ ପାରୁନଥିଲେ। ଆଜି ସକାଳେ କିଛି ବ୍ୟକ୍ତି ଏ ସଂପର୍କରେ ରାୟଗଡ଼ା ଥାନାକୁ ଖବର ଦେବା ପରେ ଥାନା ଏସଆଇ ସୁଶାନ୍ତ କୁମାର ଶତପଥୀ ଡିଆଇବି ଛକ ନିକଟରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ। ପୂର୍ଣ୍ଣିମାଙ୍କ ମୃତ୍ୟୁ ହୋଇଥିବା ଜାଣିବା ପରେ ଏସଆଇ ଶତପଥୀ ସ୍ବର୍ଗଧାମ ଗାଡ଼ି ନି‌ଜେ ଚଲାଇ ଆଣିବା ସହ ମୃତଦେହକୁ ସଂସ୍କାର ପାଇଁ ଶ୍ମଶାନକୁ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe