ମୃତ୍ୟୁ ପରେ ମଧ୍ୟ ଅସହାୟ ଶବ; ଅନ୍ତ୍ୟେଷ୍ଟି ପାଇଁ ପାଖରେ ନାହାନ୍ତି ସମ୍ପର୍କୀୟ, ଦୁଇ ପୁଅ ଓ ସ୍ବାମୀ ଜେଲରେ

Advertisment

ପୁଲିସ୍ ଦାୟିତ୍ବରେ ଶବ ଦେଇ ଦାୟିତ୍ବ ସାରିଦେବାକୁ ବସିଛନ୍ତି ଜେଲ୍ କର୍ତ୍ତୃପକ୍ଷ

ପୁଲିସ୍ ଦାୟିତ୍ବରେ ଶବ ଦେଇ ଦାୟିତ୍ବ ସାରିଦେବାକୁ ବସିଛନ୍ତି ଜେଲ୍ କର୍ତ୍ତୃପକ୍ଷ

ମାଇକେଲ୍‌ ବିୟର୍‌ ଫ୍ୟାକ୍ଟ୍ରି କୁଲିଂ ଟାୱାରରୁ ପଡ଼ି ଇଲେକ୍ଟ୍ରିସିଆନ୍‌ ମୃତ

Telegraph India

ବାରିପଦା: ମୃତ୍ୟୁ ପରେ ମଧ୍ୟ ଅସହାୟ। ଅନ୍ତ୍ୟେଷ୍ଟି ପାଇଁ ମଧ୍ୟ ପାଖରେ ନାହାନ୍ତି କେହି ସମ୍ପର୍କୀୟ। ସ୍ବାମୀ ଏବଂ ଦୁଇ ପୁଅ ଜେଲ୍ରେ ଅଛନ୍ତି। ତେଣୁ ଜେଲ୍ରେ ଥାଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଜଣେ ମହିଳା କଏଦୀଙ୍କ ଅନ୍ତ୍ୟେଷ୍ଟି କିପରି ହେବ ସେନେଇ ଦ୍ବନ୍ଦ୍ବ ଦେଖାଦେଇଛି। ଆଜି ବାରିପଦା ସର୍କଲ୍ ଜେଲ୍ରେ ବିଚାରଧୀନ ଥିବା ବାରିପଦା ୱାର୍ଡ ନଂ-୫, ବାବୁସାହିର ଗୀତା ରାୟ(୫୬)ଙ୍କର ଚିକିତ୍ସାଧୀନ ଅବସ୍ଥାରେ ପିଆରଏମ୍ ହସ୍ପିଟାଲରେ ମୃତ୍ୟୁ ଘଟିଛି।

ଶବ ବ୍ୟବଚ୍ଛେଦ ପରେ କିନ୍ତୁ ଶବର କେହି ହକ୍‌ଦାର ନଥିବା ଭଳି ପରିସ୍ଥିତି ଉପୁଜିଛି। କାରଣ ଗୀତାଙ୍କ ସହିତ ତାଙ୍କ ସ୍ବାମୀ ଏବଂ ଦୁଇ ପୁଅ ମଧ୍ୟ ବାରିପଦା ଜେଲ୍‌ରେ ବିଚାରଧୀନ ବନ୍ଦୀ ଭାବେ ଅଛନ୍ତି। ଗତ ବର୍ଷ ଅଗଷ୍ଟ ମାସରେ ବଧୁହତ୍ୟା ଅଭିଯୋଗରେ ଗୀତାଙ୍କ ସମେତ ଉପରୋକ୍ତ ଅନ୍ୟମାନେ ବାରିପଦା ଜେଲ୍ରେ ଅଛନ୍ତି। ମାତ୍ର କୋର୍ଟ କଣ ରାୟ ଦେବା ପୂର୍ବରୁ ଗୀତାଙ୍କ ସହିତ କିନ୍ତୁ ପ୍ରକୃତି କୃର ଅଟ୍ଟହାସ୍ୟ ଖେଳିଛି।

ଉଚ୍ଚରକ୍ତଚାପ ଏବଂ ଷ୍ଟ୍ରୋକ୍ ଭଳି ସମସ୍ୟା କାରଣରୁ ଗୀତା ମୃତ୍ୟୁବରଣ କରିଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ନିୟମଅନୁସାରେ ଜଣେ କଏଦୀ ମୃତ୍ୟୁବରଣ କଲେ ଯାହା ହେବା କଥା ହୋଇଛି। ମାତ୍ର ବ୍ୟବଚ୍ଛେଦ ଆଦି ପରେ ତାଙ୍କ ଶବ କିଏ ନେବ ସେନେଇ ଦେଖାଦେଇଛି ଦ୍ବନ୍ଦ୍ବ। ଏପଟେ ସ୍ବାମୀ ଏବଂ ସନ୍ତାନଙ୍କ ବେଲ୍ ହୋଇନଥିବାବେଳେ ଗୀତାଙ୍କର ଅନ୍ତିମ ସତ୍କାର କରିବାକୁ ମଧ୍ୟ ଆଉ କେହି ନାହାନ୍ତି। ଏପରିସ୍ଥଳେ ଜେଲ୍ କର୍ତ୍ତୃପକ୍ଷ ବାରିପଦା ଟାଉନ୍ ଥାନାକୁ ଶବର ଦାୟିତ୍ବ ଦେଇ ଖସିଯିବାକୁ ପ୍ରୟାସ କରୁଥିବା ଜଣାପଡ଼ିଛି। ତେବେ ଯାହାବି ହେଉ ମୃତ୍ୟ ପରେ ମଧ୍ୟ ନିଜର ସମସ୍ତେ ଥାଇ କିପରି ଏକ ଶବ ଅସହାୟ ହୋଇପଡ଼ିଛି ତାହା ବେଶ୍ ଦାରୁଣ ପରିସ୍ଥିତି ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe