ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ଶବ

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା କିକିରିବେଡ଼ା ଗ୍ରାମର ଅକ୍ଷୟ ମାଝୀଙ୍କ ଆନ୍ଧ୍ରପ୍ରଦେଶରେ ମୃତ୍ୟୁ ଘଟିଛି। ଶବ ଗାଁକୁ ଫେରିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅକ୍ଷୟ, ସ୍ତ୍ରୀ ମଦନେ ମାଝୀ ଓ ଦୁଇ ବର୍ଷର ପୁଅ ଥବିରାମକୁ ଧରି ଗ୍ରାମର ଅନ୍ୟମାନଙ୍କ ସହିତ ଆନ୍ଧ୍ରପ୍ରଦେଶକୁ ଇଟା ଗଢ଼ିବାକୁ ଯାଇଥିଲେ। ବୁଧବାର କାମ କରୁଥିବା ସମୟରେ ବିଦ୍ୟୁତ୍ ତାରରେ ଲାଗି ଗୁରୁତର ହୋଇଥିଲେ। ସାଥୀ ଶ୍ରମିକମାନେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ଥାନୀୟ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲା। ପରେ ଇଟାଭାଟି ମାଲିକ ଏକ ଆମ୍ବୁଲାନ୍ସ ଯୋଗାଡ଼ କରି ଗାଁକୁ ଶବ ପଠାଇଥିଲେ। ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇ ସ୍ତ୍ରୀ ଓ ପୁଅ ଅସହାୟ ହୋଇପଡ଼ିଛନ୍ତି। ଖୁଦପେଜ ସରପଞ୍ଚ ଯଶୋଦା ଶତପଥୀଙ୍କୁ ପଚାରିବାରୁ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା ତୁରନ୍ତ ପ୍ରଦାନ କରାଯିବ। ଅନ୍ୟ ଯୋଜନାର ସୁବିଧା ପାଇଁ ମଧ୍ୟ ବ୍ୟବସ୍ଥା କରିବେ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe