ଭଡ଼ାଘରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

Advertisment
ଅଜଣା ଗାଡ଼ି ଧକ୍କାରେ ଦୁଇ ସଙ୍ଗାତଙ୍କ ଶୋଚନୀୟ ମୃତ୍ୟୁ

sisat

ଯାଜପୁର: ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଇସମାଇଲପୁର ଗ୍ରାମର ଅଟଳ କୁଅଁର ମଙ୍ଗଳପୁର ବାଳିକା ବିଦ୍ୟାଳୟ ନିକଟରେ ଏକ ଭଡ଼ାଘରେ ପରିବାର ସହ ରହି ଆସୁଥିଲେ। ‌ତେବେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ପରିବାର ଲୋକ ହତ୍ୟା ସନ୍ଦେହ କରି ମଙ୍ଗଳପୁର ଥାନାରେ ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ  ଅଟଳ ସ୍ଥାନୀୟ ଅଞ୍ଚଳରେ ବ୍ୟବସାୟ କରୁଥିବା ବେଳେ ଭଡ଼ାରେ ପରିବାର ସହ ରହୁଥିଲା। ତେବେ ଗତକାଲି ରାତିରେ ହଠାତ ଅଟଳଙ୍କ ଶାଳୀ  ଅଟଳଙ୍କ  ବଡ଼ଭାଇ ରଂଜନ କୁଅଁରଙ୍କୁ ଫୋନ୍ କରି ଭାଇର ଦେହ ଭଲ ନାହିଁ ସେ ମେଡିକାଲରେ ଥିବା ଜଣାଇଥିଲେ। ଏହା ଶୁଣି ରାତି ଅଧରେ ତାଙ୍କ ଭାଇ ଓ ପରିବାର ଲୋକ ମଙ୍ଗଳପୁର ମେଡିକାଲରେ ପହଞ୍ଚିଥିବା ବେଳେ ସେଠାରେ ତାଙ୍କ ଭାଇ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ।  ଏହି ସମୟରେ ଅଟଳଙ୍କ ଶାଶୂ ,ଶାଳୀ ଓ ସଢ଼ୁ ‌ ସେଠାରେ ଉପସ୍ଥିତ ରହିଥିଲେ।

ତେବେ ତାଙ୍କଦେହରେ ରକ୍ତ ଛିଟା ଥିବାରୁ ତାଙ୍କୁ ସୁଚିନ୍ତିତ ଭାବେ ହତ୍ୟା କରାଯାଇଥିବା ଅଟଳଙ୍କ ଭାଇ ଥାନାରେ ଅଭିଯୋଗ କରିଛନ୍ତି।  ତେବେ ଏହି ଘଟଣାରେ ଅଟଳଙ୍କ ଶ୍ବଶୁର ଘର ଲୋକଙ୍କ ସଂପୃକ୍ତି ରହିଥିବା ସନ୍ଦେହ କରାଯାଉଛି। କାରଣ ଅଟଳ ନିଜର ପତ୍ନୀ ଓ ପୁଅକୁ ନେଇ ଭଡ଼ାରେ ରହୁଥିବା ବେଳେ କିପରି ତାଙ୍କର ସ୍ବାସ୍ଥ୍ୟ ଖରାପ କଥା ତାଙ୍କ ନିକଟରେ ରହୁଥିବା ପରିବାର ଲୋକ ଜାଣିବା ପୂର୍ବରୁ ଶଶୁର ଘର ଲୋକ ଜାଣି ପାରିଲେ, ତାହା ‌ସନ୍ଦେହ ସୃଷ୍ଟି କରିଛି। ପୁଲିସ ମୃତ ଦେହ ଜବତ କରି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe