ପୁଲିସ କ୍ବାର୍ଟର୍ସରେ ଅଭାବନୀୟ ଘଟଣା: କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Advertisment
ଟ୍ରାକ୍ଟର ଓଲଟି ଶ୍ରମିକ ମୃତ

123rf.com

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ପୁଲିସ ବିଭାଗରେ ରବିବାର ସଂଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଏସ୍‌ପି କାର୍ଯ୍ୟାଳୟ ପଛପଟେ ପୁଲିସ ଷ୍ଟାଫ୍‌ କ୍ବାର୍ଟର୍ସରେ ରହୁଥିବା ଜଣେ କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ତାଙ୍କ କ୍ବାଟର ଭିତରୁ ଉଦ୍ଧାର କରାଯାଇଛି। ମୃତ କନେଷ୍ଟବଳଙ୍କ ନାଁ କରୁଣାକର ଜେନା(୪୯)।

ମିଳିଥିବା ସୂଚନା ମୁତାବକ, କନେଷ୍ଟବଳ କରୁଣାକର ଜେନାଙ୍କ ଘର ବାଲିଆପାଳ ଥାନା ଅଞ୍ଚଳରେ। ୧୯୯୭ ମସିହାରୁ ସେ ଜିଲ୍ଲା ପୁଲିସ ବିଭାଗରେ କନେଷ୍ଟବଳ ଭାବେ ନିଯୁକ୍ତି ପାଇଥିଲେ। ଏଠାରେ ସେ ରିଜର୍ଭ ପୁଲିସ ଷ୍ଟାଫ୍‌ କ୍ବାର୍ଟର୍ସର ୧୧୦ ନମ୍ବର କ୍ବାର୍ଟରରେ ପରିବାର ସହ ରହୁଥିଲେ। ଦୀର୍ଘଦିନ ହେଲା ସେ ଶାରୀରିକ ଅସୁସ୍ଥତା ଯୋଗୁଁ ଡ୍ୟୁଟି କରୁନଥିବା ବେଳେ ବିଭିନ୍ନ ସ୍ଥାନରୁ ହାତଉଧାରି କରି ବହୁ କଷ୍ଟରେ ଚଳୁଥିଲେ। ଅଭାବରେ ରହି ତାଙ୍କ ପତ୍ନୀ ମଧ୍ୟ ପୁଲିସ କ୍ବାର୍ଟର୍ସ ଛକ ଓଟିରୋଡ଼ ପାର୍ଶ୍ବରେ ଆଳୁପିଆଜ ବିକ୍ରି କରୁଥିଲେ।

ଏନେଇ ପରିବାର ବେଶ୍‌ ଦୁଃଖକଷ୍ଟରେ ଚଳୁଥିବା ବେଳେ ଗତକାଲି କୌଣସି କାରଣରୁ କରୁଣାକରଙ୍କ ପତ୍ନୀ ଓ ପିଲାଛୁଆ ତାଙ୍କ ଶ୍ବଶୁରଘରକୁ ଯାଇଥିବା ବେଳେ ଘରେ କେହିନଥିଲେ। ଆଜି ସନ୍ଧ୍ୟାରେ ପାଖ କ୍ବାଟରରେ ରହୁଥିବା ପୁଲିସ କର୍ମଚାରୀଙ୍କ ପରିବାର ଘର ଭିତରେ କରୁଣାକରଙ୍କ ଝୁଲନ୍ତା ମୃତଦେହ ଦେଖି ଉପରିସ୍ଥ ଅଧିକାରୀ ଓ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ କ୍ରାଇମ୍ ଡିଏସ୍‌ପି ଅନୀଲ ଧର, ସହଦେବଖୁଣ୍ଟା ମଡେଲ ଥାନା ଦାୟିତ୍ବରେ ଥିବା ଶିଳ୍ପାଞ୍ଚଳ ଥାନା ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ ଏକ ଅପମୃତ୍ୟୁ ମା‌ମଲା ରୁଜୁ କରାଯିବ‌ା ସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe