ମାଈହାତୀର ମୃତଦେହ ଉଦ୍ଧାର

Advertisment
ସିଲିଙ୍ଗପଡ଼ା ଜଙ୍ଗଲରେ ହାତୀ ମୃତ୍ୟୁ

The Hans India

ଓଡ଼ାପଡ଼ା: ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ଅଞ୍ଚଳରେ ଆଜି ଅପରାହ୍ନରେ ଏକ ମାଈହାତୀର ମୃତଦେହ ଠାବ ହୋଇଛି। ବାବନ୍ଧ ପାଳରଗଡି ନିକଟରୁ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଖବର ନେବାରେ ଜଣାଗଲା ଯେ ଗତ କିଛି ଦିନ ଧରି ଉକ୍ତ ହାତୀଟି ସ୍ବାସ୍ଥ୍ୟଗତ କାରଣରୁ ଅସୁସ୍ଥ ଥିବା ଦେଖିବାକୁ ମିଳିଥିଲା। ଗତ କିଛି ଦିନ ତଳେ ଏହି ମାଈହାତୀର ପ୍ରାୟ ଏକ ବର୍ଷର ଗୋଟିଏ ଛୁଆ ମା’ ସହିତ ଥିବା ଦେଖିବାକୁ ମିଳିଥିଲା। ଗତକାଲି ମା’ହାତୀଟି ମୃତ୍ୟୁବରଣ କରିବା ପରେ ଆଜି ଛୁଆହାତୀର କୌଣସି ପତ୍ତା ମିଳୁନଥିବା ଗ୍ରାମବାସୀଙ୍କ ଠାରୁ ପ୍ରକାଶ।

ମୃତ୍ୟୁବରଣ କରିଥିବା ହାତୀ ଶରୀରରୁ ପଚା ଗନ୍ଧ ବାହାରୁଛି। ତେଣୁ ଏହା ଦୁଇ ଦିନ ପୂର୍ବରୁ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି। କିନ୍ତୁ ବନ ବିଭାଗ  ଏହା ସ୍ବୀକାର କରୁନାହିଁ। ବନ ବିଭାଗ କହିଛି ଗତକାଲି ହାତୀଟିର ମୃତ୍ୟୁ ହୋଇଛି। ଏହି ଘଟଣା ବାବଦ୍ଧ ବହଣ୍ଡେଇ ରାସ୍ତାକଡ଼ରେ ଘଟିଥିବା ବେଳେ ବନ ବିଭାଗ ବିଳମ୍ବରେ ଜାଣିବା ସେମାନଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରି । ଏହାର ତଦନ୍ତ କରାଯିବା ସହିତ ହାତୀ ଛୁଆ କେଉଁ ଆଡେ ଗଲା ବନ ବିଭାଗ ଖୋଜି ନ ପାଇବା ମୁଣ୍ଡବିନ୍ଧାର କାରଣ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe