କୋରାପୁଟ : ଗତକାଲିଠାରୁ ନିଖୋଜ ଥିବା କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର

Advertisment
କୋରାପୁଟ : ଗତକାଲିଠାରୁ ନିଖୋଜ ଥିବା କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର

କୋରାପୁଟ : ଗତକାଲିଠାରୁ ନିଖୋଜ ଥିବା କୋରାପୁଟ ଜିଲ୍ଲାର ବୋରିଗୁମ୍ମା ଗ୍ରାମ୍ୟ ଜଳଯୋଗାଣ ବିଭାଗର ଜନୈକ କନିଷ୍ଠ ଯନ୍ତ୍ରୀ ଏମ୍.ଭେଙ୍କଟ ରାଓଙ୍କ ମୃତଦେହ ହରଡ଼ଗଡ଼ା ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ କୋରାପୁଟ୍ ଏସପି ଓ ବୋରିଗୁମ୍ମା ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ‌କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ। ଉଲ୍ଲେଖଯୋଗ୍ୟ, ଏକ ପ୍ରକଳ୍ପ କାର୍ଯ୍ୟ ତଦାରଖ କରିବା ଲାଗି ସେ ଅନ୍ୟ ସହକର୍ମୀଙ୍କ ସହ ହରଡ଼ାଗୁଡ଼ା ଯାଇଥିଲେ, ସେଠାରୁ ସେ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଥିବା କଥା ତାଙ୍କର ସହକର୍ମୀଙ୍କ ଠାରୁ ଜାଣିବାକୁ ମିଳିଥିଲା।

ସୂଚନା ମୁତାବକ ଗତକାଲି ବୋରିଗୁମ୍ମା ବ୍ଲକର ଗ୍ରାମ୍ୟ ଜଳଯୋଗାଣ ବିଭାଗର ଏକ ଗାଡ଼ି ଯୋଗେ କିଛି ପ୍ରକଳ୍ପର କାର୍ଯ୍ୟ ତଦାରଖ କରିବା ପାଇଁ ଏସଡିଓ, ଦୁଇଜଣ କନିଷ୍ଠ ଯନ୍ତ୍ରୀ ଏବଂ ଦୁଇଜଣ ଠିକାଦାର ମିଶି ହରଡ଼ାଗୁଡ଼ାକୁ ଯାଇଥିଲେ। ହେଲେ ସେଠାରୁ କନିଷ୍ଠ ଯନ୍ତ୍ରୀ ଏମ୍.ଭେଙ୍କଟ ରାଓ ନିଖୋଜ ହୋଇ ଯାଇଥିଲେ। ବହୁ ଖୋଜାଖୋଜି  ପରେ ମଧ୍ୟ ତାଙ୍କର ପତ୍ତା ମିଳି ନଥିଲା। ଏହାପରେ  ବିଭାଗ ପକ୍ଷରୁ ଗତକାଲି ସନ୍ଧ୍ୟାରେ ବି.ସିଂହପୁର ଥାନାରେ ଏତଲା ଦିଆଯାଇଥିଲା। 

ଅନ୍ୟପଟେ ଘଟଣାର ୨୪ଘଣ୍ଟା ପରେ ବି ଯନ୍ତ୍ରୀ ଏମ୍. ଭେଙ୍କଟ ରାଓଙ୍କର କୌଣସି ଖବର ମିଳୁ ନଥିବା ଓ ତାଙ୍କ ଫୋନ ମଧ୍ୟ ଲାଗୁ ନଥିବା ହେତୁ ପରିବାର ଲୋକେ ବ୍ୟସ୍ତ ହୋଇ ପଡ଼ିଥିଲେ। ଏହାକୁ ନେଇ ତାଙ୍କ ସ୍ତ୍ରୀ ବୋରିଗୁମ୍ମା ଏସଡିପିଓ ହରେକୃଷ୍ଣ ମାଝିଙ୍କୁ ଭେଟି ସ୍ବାମୀଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ନିବେଦନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe