ତେଲେଙ୍ଗାନାରୁ ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ଖଡ଼ିଆଳ: ଦାଦନ ଯାଇଥିବା ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ନେହେନା ପଞ୍ଚାୟତ ବିଛନାପାଲି ଗ୍ରାମର ଯୋଗଧ୍ୟାନ ଝାଙ୍କରଙ୍କ ସ୍ତ୍ରୀ କରୁଣା ଝାଙ୍କର (୩୩)ଙ୍କ ମୃତଦେହ ଗୁରୁବାର ଗାଁରେ ପହଞ୍ଚିଛି। ପରେ ଶୋକାକୁଳ ପରିବେଶ ମଧ୍ୟରେ କରୁଣାଙ୍କ ଶେଷକୃତ୍ୟ କରାଯାଇଥିଲା।

ସୂଚନା ଅନୁସାରେ, ଯୋଗଧ୍ୟାନ, ସ୍ତ୍ରୀ କରୁଣା ଓ ୩ ନାବାଳକ ସନ୍ତାନଙ୍କୁ ନେଇ ଦାଦନ ସର୍ଦ୍ଦାର ଜରିଆରେ ଇଟାଗଢ଼ିବାକୁ ଯାଇଥିଲେ। ସେମାନେ ତେଲେଙ୍ଗାନା ରାଜ୍ୟର ରୁଣ୍ଡି ଜିଲ୍ଲା ଚିକନମାମଲି ଥାନା ଅଞ୍ଚଳରେ ଇଟାଗଢ଼ା କାର୍ଯ୍ୟରେ ନିୟୋଜିତ ଥିଲେ। ସେଠାରେ କରୁଣା ଅସୁସ୍ଥ ହୋଇଥିଲେ। ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇଗଲା। ଦାଦନ ସର୍ଦ୍ଦାର ସହଯୋଗ ନକରିବାରୁ ଯୋଗଧ୍ୟାନଙ୍କ ମା’ ୩୫ ହଜାର ଟଙ୍କା ପଠାଇବା ପରେ ଯୋଗଧ୍ୟାନ ଗାଡ଼ି ଭଡ଼ା କରି ମୃତଦେହ ନେଇ ଗାଁ​କୁ ଫେରିଛନ୍ତି। ତେବେ ଦାଦନ ସର୍ଦ୍ଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏହି ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe