ବର୍ଷା ଜଳରେ ଭାସିଯାଇଥିବା ଯୁବତୀଙ୍କ ମୃତଦେହ ଉଦ୍ଧାର

ବର୍ଷା ଜଳରେ ଭାସିଯାଇଥିବା ଯୁବତୀଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର: ଲଗାଣ ବର୍ଷା ହେବା ପରେ ସମ୍ବଲପୁର ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ସଦର ବ୍ଲକ ଅନ୍ତର୍ଗତ କଲାମାଟି ପଞ୍ଚାୟତ ଅଞ୍ଚଳରେ ତପସ୍ପିନୀ ନାଗ(୨୬) ନାମରେ ଜଣେ ମହିଳାଙ୍କ ମୃତଦେହ ରବିବାର ଅପରାହ୍ନରେ ଉଦ୍ଧାର କରାଯାଇଛି। ତପସ୍ପିନୀଙ୍କ କାଇଟିକରା ଗ୍ରାମକୁ ଶନିବାର ରାତି ୧୦ଟାରେ ପାଣି ପଶିଯାଇଥିଲା। ଏଥରେ ସେ ଭାସି ଯାଇଥିଲେ। ପାଣିରେ ଭାସି ଯିବା ପରେ ପରିବାର ଲୋକେ ଶନିବାର ରାତିରେ ଖୋଜି ପାଇ ନଥିଲେ। ଆଜି ତାଙ୍କର ମୃତଦେହ ମିଳିଛି।

publive-image

ସିଏମ୍‌ଓଙ୍କ ସୂଚନା: ୧୯୯୯ ମହାବାତ୍ୟା ଓ ଫାଇଲିନ୍‌ ଠାରୁ ଅଧିକ ବର୍ଷା

ତିନି ଦିନ ଭିତରେ ରାଜ୍ୟରେ ଭୟଙ୍ଗର ବର୍ଷା ହୋଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ୧୯୯୯ ମହାବାତ୍ୟା ଓ ଫାଇଲିନ୍‌ ସମୟରେ ମଧ୍ୟ ଏଭଳି ବର୍ଷା ହୋଇଥିଲେ ବି ବଡ଼ ଧରଣର କ୍ଷୟକ୍ଷତି ହୋଇନାହିଁ। ସିଏମ୍‌ଓ ପକ୍ଷରୁ କୁହାଯାଇଛି ଯେ, ୨୪ ଘଣ୍ଟା ମଧ୍ୟରେ ସ୍ଥିତିକୁ ସାମାନ୍ୟ କରି ଦିଆଯାଇଛି। ସାଧାରଣ ବର୍ଷାରେ ଅନେକ ଘର ଭାଙ୍ଗିବାର ଅତୀତରେ ନଜର ରହିଛି। ମାତ୍ର ଏତେ ବର୍ଷା ହେବା ପରେ ମଧ୍ୟ ଘର ଭାଙ୍ଗିବାର ସ୍ଥିତି ଉପୁଜି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe