ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ପଞ୍ଚାୟତ ବାଘିଆବେଡା ଗ୍ରାମର ଶିରିଶ ନାଏକ (୫୦) ଆସୁଛି କହି ରାତିରେ ଗଲେ ଯେ, ଆଉ ଘରକୁ ଆସିଲେ ନାହିଁ। ପରିବାର ଲୋକ ଭାବିଲେ କେଉଁଠି ଶୋଇଯାଉଥିବ। କିନ୍ତୁ ସକାଳୁ ଫରେଷ୍ଟ ଗେଟ୍ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥକଡ଼ ଧାନବିଲରେ ଗିରିଶଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଚାହୁଁ ଚାହୁଁ ସ୍ଥାନୀୟ ଅଞ୍ଚଳ ଲୋକାରଣ୍ୟ ହୋଇଯାଇଥିଲା। ମୁଣ୍ଡ ଓ ଗୁପ୍ତାଙ୍ଗରେ ଗଭୀର ଆଘାତ ଲାଗିଥିବାରୁ ପରିବାର ସହିତ ଜନସାଧାରଣ ହତ୍ୟାକାଣ୍ଡ ବୋଲି ବିଶ୍ବାସ କରିଛନ୍ତି।
ତେବେ ସାଇନଟିଫିକ ଟିମ ଓ ପୁଲିସ ହତ୍ୟା କି ଦୁର୍ଘଟଣା ଶବ ବ୍ୟବଚ୍ଛେଦର ରିପୋର୍ଟ ଆସିଲା ପରେ ଜଣାପଡ଼ିବ ବୋଲି କହିଛନ୍ତି। ଗିରିଶ ନାଏକଙ୍କ ସ୍ତ୍ରୀ ଆରତୀ ନାଏକଙ୍କ ଲିଖିତ ଅଭିଯୋଗରେ ପୁଲିସ ୩୫୨ କେଶ ରୁଜୁ କରି ତଦନ୍ତ ଜାରି ରଖିଛନ୍ତି। ପାରିପାର୍ଶ୍ବିକ ଅବସ୍ଥାକୁ ଦେଖି ଏହା ଏକ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ଆମେ ସଂନ୍ଦେହ କରୁଛୁ ବୋଲି ତଦନ୍ତ ଅଧିକାରୀ ଶୁଭପ୍ରିୟା ରାଉତ କହିବା ସହିତ ଶବ ବ୍ୟବଛେଦ ରିପୋର୍ଟକୁ ଅପେକ୍ଷା ବୋଲି କହନ୍ତି।
Follow Us