ଝୁଲନ୍ତା ଅବସ୍ଥାରେ ନବବଧୂଙ୍କ ମୃତଦେହ ଉଦ୍ଧାର, ଯୌତୁକଜନିତ ହତ୍ୟା ଅଭିଯୋଗ  

Advertisment
ଝୁଲନ୍ତା ଅବସ୍ଥାରେ ନବବଧୂଙ୍କ ମୃତଦେହ ଉଦ୍ଧାର, ଯୌତୁକଜନିତ ହତ୍ୟା ଅଭିଯୋଗ  

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଳା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ମରୁଆଁ ଗ୍ରାମରେ ଜୈନିକ ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣକ ହେଲେ ବିଳାସିନୀ ବନଗୁଲା। ବିଶେଷ ସୂତ୍ରରୁ ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହିତ ମୃତଦେହ ଉଦ୍ଧାର କରିଛି। ଅନ୍ୟପଟରେ ବିଳାସିନୀଙ୍କ ବାପଘର ଲୋକେ ଏହା ‌ଯୌତୁକଜନିତ ହତ୍ୟା ବୋଲି ଥାନାରେ ଅଭିଯୋଗ ଆଣିଛନ୍ତି।

ସୂଚନା ଅନୁସାରେ ମରୁଆଁ ଗ୍ରାମର ନରେନ୍ଦ୍ର ବନଗୁଲାଙ୍କ ସ୍ତ୍ରୀ ବିଳାସିନୀ ବନଗୁଲାଙ୍କ ମୃତଦେହ ନରେନ୍ଦ୍ରଙ୍କ ଘରୁ ଉଦ୍ଧାର ହୋଇଛି। ନରେନ୍ଦ୍ରଙ୍କ କହିବା ଅନୁସାରେ ବୁଧବାର  ରାତିରେ ଖାଇ ସାରିବା ପରେ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏହା କ୍ରମଶ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ବି ହୋଇଥିଲା। ପରେ ନରେନ୍ଦ୍ର ଶୋଇବାକୁ ଯାଇଥିଲେ। ତେବେ ବିଳମ୍ବିତ ରାତିରେ ନରେନ୍ଦ୍ର ତାଙ୍କ ସ୍ତ୍ରୀ ବିଳାସିନୀଙ୍କ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ଦେଖିଥିଲେ। ପରେ ସେ ‌ଏନେଇ ତାଙ୍କ ଶ୍ବଶୁର ଘରକୁ ଫୋନ କରି ସବୁକଥା ଜଣାଇଥିଲେ।

ଆଜି ସକାଳୁ ବିଳାସିନୀଙ୍କ ବାପା ନିଜ ଗ୍ରାମ ମହୁରୁଣ୍ଡିରୁ ମରୁଆଁ ଗାଁକୁ ପହଞ୍ଚିଥିଲେ। ନିଜ ଝିଅର ମୃତଦେହ ଦେଖିବା ପରେ ସେ ଏ ସମ୍ପର୍କରେ ପାଟଣାଗଡ଼ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି। ଅଭିଯୋଗ ଅନୁଯାୟୀ, ଗତ ଫେବ୍ରୁଆରି ମାସରେ ଉଭୟ ନରେନ୍ଦ୍ର ଓ ବିଳାସିନୀଙ୍କ ବିବାହ ହୋଇଥିଲା। ବିବାହରର ୧୫ ଦିନ ପରେ ନରେନ୍ଦ୍ର ଏକ ବାଇକ୍ ଆଣିବା ପାଇଁ ଦାବି କରି ବିଲାସିନୀଙ୍କ ଉପରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ। ଏ ସମ୍ପର୍କରେ ପରେ ଉଭୟ ପରିବାର ପକ୍ଷରୁ ଆପୋଷ ବୁଝାମଣା ହୋଇଥିଲା । ଗୁରୁବାର ସକାଳୁ ମରୁଆଁରେ ପହଞ୍ଚିବା ବେଳେ ତାଙ୍କ ଝିଅ ବିଳାସିନୀଙ୍କ ମୃତଦେହ ଦେଖିବା ପରେ ଥାନାକୁ ଯାଇ ଏହା ଯୌତୁକ ନିର୍ଯାତନାଜନିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିବା ଜଣାପଡିଛି। ପାଟଣାଗଡ଼ ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହ ଜବତ କରିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe