କନ୍ଧମାଳରୁ କେରଳ ଦାଦନ ଖଟିବାକୁ ଯାଇ ଦୁର୍ଘଟଣାର ଶିକାର ହେଲେ ଯୁବକ, ଘରକୁ ଫେରିଲା ମୃତଦେହ

କନ୍ଧମାଳରୁ କେରଳ ଦାଦନ ଖଟିବାକୁ ଯାଇ ଦୁର୍ଘଟଣାର ଶିକାର ହେଲେ ଯୁବକ, ଘରକୁ ଫେରିଲା ମୃତଦେହ

ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ପେଟାପାଙ୍ଗା ପଞ୍ଚାୟତ ଅନ୍ତର୍ଗତ ଡାମ୍ବାକିଆ ଗ୍ରାମର ଯାଦବ ନାୟକ (୨୭)। ୮ ବର୍ଷ ହେବ କେରଳର ଏର୍ନାକୁଲମ ଜିଲ୍ଲା ପେରୁମବାବର୍ ଅଞ୍ଚଳରେ ପ୍ଲାଏ କମ୍ପାନିରେ କାମ କରୁଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ସୋମବାର ରାତିରେ ମାର୍କେଟ ଠାରୁ ନିଜ ବସାକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ତ୍ୟାଗ କରିଛନ୍ତି। ରାସ୍ତା ଆରପାରିକୁ ଯାଉଥିବା ବେଳେ ଗୋଟିଏ କାର ଦୁର୍ଘଟଣା ଘଟେଇ ଚାଲିଯାଇଥିଲା ଓ ସେ ପଡ଼ିଯାଇଥିଲେ ପରେ ଅନ୍ୟ ଏକ ଗାଡି ତାଙ୍କ ଉପରକୁ ମାଡ଼ି ଯିବା ଫଳରେ ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ପୁଲିସ ଖବର ପାଇଁ ଘଟଣାସ୍ଥଳକୁ ପହଞ୍ଚି ଶବ ଜବତ କରି ନିକଟ ମେଡ଼ିକାଲ ନେଇଥିଲେ ଓ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ କରିବା ସହିତ ଶବ ବ୍ୟବଚ୍ଛେଦ କରିଥିବା ସୂଚନା ରହିଛି। ଦୁର୍ଘଟଣା ବିଷୟରେ ସଙ୍ଗେ ସଙ୍ଗେ ଖବର ପରିବାର ଓ ସେଠାରେ ଥିବା ଅନ୍ୟ ସମ୍ପର୍କୀୟ ଲୋକମାନଙ୍କୁ ସୂଚନା ଦିଆଯାଇଥିଲା। ସେଠାରେ ଯେଉଁ କମ୍ପାନିରେ କାମ କରୁଥିଲେ ସେହି କମ୍ପାନି ମାଲିକ ଘଟଣା ବିଷୟରେ ଜାଣିବା ପରେ ଶବକୁ ଓଡ଼ିଶାକୁ ଆଣିବା ନିମନ୍ତେ ବ୍ୟବସ୍ଥା କରି ଉଡାଜାହାଜ ଟିକଟ କରି ଦେଇଥିଲେ ଓ ଶବକୁ ଓଡ଼ିଶା ଭୁବନେଶ୍ଵର ଆଣିଥିଲେ ଓ ସେଠାରୁ ଶବକୁ ପରେ କନ୍ଧମାଳ ନିଜ ଗ୍ରାମ ଡାମ୍ବାକିଆକୁ  ଆମ୍ବୁଲାନ୍ସ ଦ୍ବାରା ଆଣିଥିଲେ। ସରକାରଙ୍କ ପକ୍ଷରୁ ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ରେଡ କ୍ରସ ପକ୍ଷରୁ ଆମ୍ବୁଲାନ୍ସ ଖର୍ଚ୍ଚ ଦିଆଯାଇଥିଲା ଓ ଶୋକାକୁଳ ପରିବେଶରେ ଖ୍ରୀଷ୍ଟିୟ ରୀତିନୀତି ଅନୁସାରେ ତାଙ୍କର ଶବ ସତ୍କାର କରାଯାଇଥିଲା।

ତେବେ ସୂଚନା ଅନୁସାରେ ଯାଦବ ନାୟକ ଜଣେ ବିବାହିତ ବ୍ୟକ୍ତି ଅଟନ୍ତି ଓ ତାଙ୍କର ଦୁଇଟି ପୁତ୍ର ସନ୍ତାନ ରହିଛନ୍ତି। ସେମାନଙ୍କର ବୟସ ଯଥାକ୍ରମେ ୯ ଓ ୭ ବର୍ଷ। ମୃତକଙ୍କ ସ୍ତ୍ରୀ ମଧ୍ୟ ତାଙ୍କ ପାଖରେ ନାହାନ୍ତି। ତାଙ୍କୁ ଓ ପିଲାମାନଙ୍କୁ ଛାଡ଼ି ପଳେଇଛନ୍ତି। ଦୁଇଟି ପୁଅ ମୃତକଙ୍କ ବୃଦ୍ଧ-ବୃଦ୍ଧା ପିତାମାତାଙ୍କ ନିକଟରେ ରହି ପାଠ ପଢୁଥିଲେ। ବିଧାତାର କି ଦୃଶ୍ୟ ଯେ ଦୁଇଟି ଛୁଆ ବାପା ମାଆଙ୍କ ଠାରୁ ଆଉ ପ୍ରେମ ପାଇ ପାରିଲେ ନାହିଁ। କୋମଳମତି ଛୁଆ ବାପା ମାଆ ଛେଉଣ୍ଡ ହେଲେ। ବର୍ତ୍ତମାନ୍ ସେମାନଙ୍କର ଭବିଷ୍ୟତ କିପରି ଗଠନ ହେବ ଯେତେବେଳେ କି ଯାଦବ ନାୟକ ନିଜ ପିଲାମାନଙ୍କ ଭବିଷ୍ୟତ ପାଇ କେରଳ ଯାଇ ଦାଦନ ଖଟି ରୋଜଗାର କରୁଥିଲେ। ସରକାର ସେହି ଦୁଇ ପୁତ୍ରଙ୍କ ନିମନ୍ତେ ସ୍ବତନ୍ତ୍ର ଦୃଷ୍ଟି ଦେଇ ସାହାଯ୍ୟ କରିବା ପାଇଁ ସାଧାରଣରେ ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe