ସରୁନି ଦାଦନ ଦୁଃଖ: ୩ ଦିନ ହେଲା କେରଳରେ ପଡ଼ିଛି ମୃତଦେହ

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ମରୁଆଁ ଗ୍ରାମର ତେତେଲପଡ଼ାର ସତ୍ୟନାରାୟଣ ଧୁବଲ(୪୦)ଙ୍କ କେରଳରେ ମୃତ୍ୟୁ ଘଟିଛି। ସେଠାକାର ଏକ ସରକାରୀ ଡାକ୍ତରଖାନାରେ ୩ ଦିନ ହେଲା ମୃତଦେହ ପଡ଼ିରହିଥିବା ଜଣାପଡ଼ିଛି। ପରିବାରବର୍ଗ ନିହାତି ଗରିବ ଶ୍ରେଣୀର ହୋଇଥିବା ବେଳେ ମୃତଦେହ ଆଣିବାରେ ଅସମର୍ଥ ଥିବାରୁ ସହାୟତା ପ୍ରଦାନ କରିବାକୁ ନିବେଦନ କରିଛନ୍ତି।

ପ୍ରକାଶ ଯେ, ମରୁଆଁ ଗ୍ରାମର ସତ୍ୟନାରାୟଣ ଧୁବଲଙ୍କ ପରିବାର କହିଲେ ସ୍ତ୍ରୀ କୁମୁଦିନୀ ଧୁବଲ, ୨ ପୁଅ ଓ ଝିଅ। ଗରିବ ଶ୍ରେଣୀର ହୋଇଥିବାରୁ ସେ ବାହାର ରାଜ୍ୟକୁ କାମକରି ଯିବାକୁ ମନସ୍ଥ କରିଥିଲେ। ଗତ ବର୍ଷ କେରଳକୁ ଯାଇ ସେଠାରେ କୋଝିକୋଡ଼େ ଅଞ୍ଚଳର ଉପକୂଳରେ ଥିବା କାଲିକୋଟ ହୋଟେଲରେ (ବଏ ଭାବେ) କାମ କରୁଥିଲେ। ଗତ ୩ ଦିନ ଆଗରୁ କୌଣସି କାରଣରୁ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତଦେହକୁ ସେଠାକାର ସରକାରୀ ଡାକ୍ତରଖାନାରେ ରଖାଯାଇଛି। କିଭଳି ସତ୍ୟନାରାୟଣଙ୍କ ମୃତ୍ୟୁ ହେଲା ପରିବାର ଲୋକ ବର୍ତ୍ତମାନ ମଧ୍ୟ ଜାଣିପାରି ନାହାନ୍ତି। ସେଠାକାର ପୁଲିସ ବଲାଙ୍ଗୀର ଜିଲ୍ଲା ପୁଲିସକୁ ଖବର ଦେବାରୁ ପାଟଣାଗଡ଼ ଥାନା ପକ୍ଷରୁ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା। ତେବେ ପରିବାରର ଆର୍ଥିକ ପରିସ୍ଥିତି ସ୍ବଚ୍ଛଳ ନଥିବାରୁ ତାଙ୍କ ମୃତଦେହକୁ ଗାଁକୁ ଆଣିବା ପାଇଁ ଅସମର୍ଥ ପ୍ରକାଶ କରିଛନ୍ତି। ତେଣୁ ପ୍ରଶାସନ ସ୍ବାମୀର ଶବକୁ ଗାଁକୁ ଆଣିବା ପାଇଁ ସହାୟତା ପ୍ରଦାନ କରିବାକୁ ପତ୍ନୀ କୁମୁଦିନୀ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe