Times of india
ପିପିଲି: ନିଖୋଜ ହେବାର ୩ ଦିନ ପରେ ଜଣେ ନାବାଳକଙ୍କ ମୃତଦେହ ମିଳିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଟିଉସନକୁ ଯାଇ ଘରକୁ ଫେରି ନଥିବା ଗୋବିନ୍ଦପୁରର ମାଟିଆପଡ଼ାର ଉକ୍ତ ନାବାଳକର ମୃତଦେହ ଉଦ୍ଧାର ହୋଇଛି।
ସଂପୃକ୍ତ ନାବାଳକକୁ ହତ୍ୟା ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବିରେ ଅଞ୍ଚଳବାସୀ ପିପିଲି ଟୋଲଗେଟ୍ ନିକଟରେ ରାସ୍ତାରୋକ କରିଛନ୍ତି। ଏହାଫଳରେ ଦୁଇଘଣ୍ଟା ଧରି ଘଟଣାସ୍ଥଳରେ ରାସ୍ତାଚଳାଚଳ ବ୍ୟାହତ ହୋଇଥିଲା। ଘଟଣାସଂପର୍କରେ ଖବର ପାଇ ପିପିଲି ଏସଡିପିଓ ପିପିଲି ଟୋଲଗେଟ୍ ନିକଟରେ ପହଞ୍ଚି ରାସ୍ତା ଅବରୋଧକାରୀମାନଙ୍କ ସହ ଆଲୋଚନା କରିଥିଲେ। ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ହଟିଥିଲା।
Follow Us