ରାଜକୋଟରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ; ଗାଁକୁ ଫେରୁଛି ଶବ

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ରୁପ୍ରା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ରୁପ୍ରା ପଞ୍ଚାୟତ ତିତକେଲା ଗ୍ରାମର ବିସମ ହରିଜନଙ୍କ ଏକମାତ୍ର ପୁଅ ଦଶରଥ ହରିଜନ (୩୩ବର୍ଷ) ରାଜକୋଟକୁ କାମ କରିବାକୁ ଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବର୍ତ୍ତମାନ ଗାଁକୁ ଶବ ଫେରୁଥିବା ବେଳେ ଗାଁରେ ଶୋକରଛାୟା ଖେଳିଯାଇଛି। ପ୍ରକାଶ ଯେ, ଦଶରଥ କିଛି ବ୍ୟକ୍ତିଙ୍କ ସହ ମିଶି ମାସକ ତଳେ ରାଜକୋଟ ସହରକୁ କାମ କରିବାକୁ ପତ୍ନୀ ପ୍ରଭାସିନୀ ହରିଜନ ଓ ୪ ବର୍ଷର ଶିଶୁକନ୍ୟା ଗୁଞ୍ଜନକୁ ନେଇ ଯାଇଥିଲେ। ସେଠାରେ ଉଭୟ ପତିପତ୍ନୀ ନିର୍ମାଣ ଶ୍ରମିକ ଭାବେ କାମ କରୁଥିଲେ। କିଛିଦିନ ହେଲା ଦଶରଥଙ୍କୁ ଜ୍ୱର ହେବାରୁ ସେଠାକାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ମଧ୍ୟ ରାତିରେ ଦଶରଥଙ୍କ ମୃତ୍ୟୁ ହୋଇଛି। ଜନ୍ମମାଟିକୁ ଶବ ଆଣିବା ପାଇଁ ସେଠାରେ କୌଣସି ସହାୟତା ମିଳି ନଥିବାରୁ ଆମ୍ବୁଲାନ୍ସ ଭଡ଼ା ବାବଦକୁ ବାପା ଧାର କରଜ କରି ୪୦ ହଜାର ଟଙ୍କା ପଠାଇଥିବା ପୂର୍ବ ୱାର୍ଡ଼ସଭ୍ୟ ଦୁର୍ବିନ୍ଦ ଦୀପ ସୂଚନା ଦେଇଛନ୍ତି। ତେବେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଚାଲିଯାଇଥିବାରୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe