ସୁନ୍ଦରଗଡ଼: ଭସ୍ମା ଥାନା ଅଧୀନ କୁଡ଼ାବଗା ପତ୍ରାପାଲି ଗାଁରେ ଦୀର୍ଘ ୨୪ ଘଣ୍ଟାରୁ ଅଧିକ ସମୟ ଧରି ନିଖୋଜ ଥିବା ଆଶାକର୍ମୀ ସୁଭାଷିନୀ ନାଏକଙ୍କର ମୃତଦେହ କ୍ଷତବିକ୍ଷତ ଅବସ୍ଥାରେ ଆଜି ଅପରାହ୍‌ଣ ସମୟରେ ପୋଖରୀରୁ ଉଦ୍ଧାର କରାଯାଇଛି। ପାରିପାର୍ଶ୍ବିକ ଅବସ୍ଥାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡୁଛି। ଜମିବାଡ଼ିକୁ କେନ୍ଦ୍ର କରି ପାରିବାରିକ ଶତ୍ରୁତା ଯୋଗୁଁ ଆଶାକର୍ମୀଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ପୁଲିସ ଅନୁମାନ କରୁଛି।  

Advertisment

ଏହି ଖବର ପଢ଼ନ୍ତୁ: ବର୍ଷକରେ ୮୫ ନୂଆ ସଂକ୍ରମିତ

ଘଟଣା ଅନୁସାରେ ଗତକାଲି ଅପରାହ୍‌ଣ ୧୨ ଟା ୩୦ ବେଳକୁ ଆଶାକର୍ମୀ ସୁଭାଷିନୀ ନାଏକ ଘରର ଦୈନନ୍ଦିନ କାମ ସାରି ଗାଁ ନିକଟ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ସେ ଆଉ ଘରକୁ ଫେରି ନଥିଲେ। ତେବେ ଏହାରି ଭିତରେ ତାଙ୍କ ଘରକୁ ମୋବାଇଲ ଫୋନ୍‌ କଲ୍‌ ଆସିଥିଲା ଏବଂ ମୋବାଇଲରେ ତାଙ୍କର କାନ୍ଦିବାର ଶଦ୍ଦ ଶୁଣାଯାଉଥିଲା। 

ଏହି ଖବର ପଢ଼ନ୍ତୁ: ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌

ସୁଭାଷିନୀଙ୍କ କ୍ରନ୍ଦନ ସ୍ବର ଶୁଣି ପରିବାର ଲୋକେ ବ୍ୟସ୍ତ ହୋଇଯାଇଥିଲେ। ଏହା ପରେ ଘର ଲୋକେ ତାଙ୍କୁ ଖୋଜିବା ପାଇଁ ବାହାରି ଥିଲେ। ବହୁତ୍ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ଏନେଇ ପରିବାର ଲୋକେ ପୁଲିସକୁ  ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସବୁଆଡେ ଖୋଜାଖୋଜି କଲା ବେଳକୁ ପୋଖରୀ ନିକଟରେ ସୁଭାଷିନୀଙ୍କ କପଡ଼ା ଏବଂ ପୋଖରୀ ପାଣିରେ ଭାସୁଥିବା ଚପଲ ପାଇଥିଲା। ସେହିପରି ପୋଖରୀ ଠାରୁ ପ୍ରାୟ ୫ ଶହ ମିଟର ଦୂରରେ ତାଙ୍କର ରକ୍ତ ଛିଟା ଲାଗିଥିବ ମୋବାଇଲ ମିଳିଥିଲା।

ଏହି ଖବର ପଢ଼ନ୍ତୁ: ଭୁବେନଶ୍ବର ପ୍ରଧାନ ହେବେ କଂସ

ଏହା ପରେ ପୁଲିସ ଅଗ୍ନିଶମ ବିଭାଗର ସହାୟତାରେ ପୋଖରୀରେ ଖୋଜାଖୋଜି ଆରମ୍ଭ କରିଦେଇଥିଲା। କିନ୍ତୁ କୋଉଁଠି ବି ସୁଭାଷିନୀଙ୍କ ପତ୍ତା ମିଳିନଥିଲା। ଚାରିଆଡେ଼ ଖୋଜାଖୋଜି ଚାଲିଥିବା ବେଳେ ହଠାତ୍ ଆଜି ସେହି ପୋଖରୀରେ ହିଁ ସୁଭାଷିନୀଙ୍କ ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ପୁଲିସ ପହଂଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି। ତାଙ୍କର ବେକ ଏବଂ କପାଳରେ ଛୁରା ମାଡ଼ ଭଳି ଚିହ୍ନ ଦେଖିବାକୁ ମିଳିଛି। ପରିବାର ଲୋକେ ଜମିଜମାରୁ ଲାଗି ରହିଥିବା ପୂର୍ବ ଶତ୍ରୁତାକୁ ହିଁ ହତ୍ୟାର କାରଣ ବୋଲି ସଂଦେହ କରୁଛନ୍ତି। ପୁଲିସ ତଦନ୍ତ ଜାରି ରଖିଛି।

ଏହି ଖବର ପଢ଼ନ୍ତୁ: ଅଣ୍ଡା ବିକ୍ରେତାଙ୍କ ପୁଅ ହେଲେ ଜଜ