ନିଖୋଜ ଯୁବତୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ମୋହନା: ଗଜପତି ଜିଲ୍ଲା ଅଡ଼ବା ଥାନା ହରଭଙ୍ଗି ଡ୍ୟାମ୍ ନିକଟରୁ ତିନିଦିନ ତଳେ ନିଖୋଜ ଥିବା କଟାମା ପଞ୍ଚାୟତ ଜାଡ଼ିଙ୍ଗି ଗ୍ରାମର ସିମନ୍ ମାଝୀଙ୍କ ରକ୍ତ ଜୁଡୁବୁଡୁ ଶବ ପୁଲିସ ଉଦ୍ଧାର କରିଛି। ପରିବାର ଲୋକେ ଥାନାରେ ଦେଇଥିବା ଏତଲାରେ ପୂର୍ବ ଶତ୍ରୁତାରୁ ସିମନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ପରିବାର ଲୋକେ କହିବା ଅନୁସାରେ, ଗତ ୨୦୨୧ରେ ଗୁଣି ସନ୍ଦେହରେ ସିମନଙ୍କ ସାନଭାଇ ଡମ୍ବରୁ ମାଝୀଙ୍କୁ ମଧ୍ୟ ଦୁର୍ବୃତ୍ତ ତିନି ରାଉଣ୍ଡ ଗୁଳି କରିଥିବା ବେଳେ ସେ ଅଳ୍ପକେ ବର୍ତ୍ତିଯାଇଥିଲେ। ଏବେ ସେହି ପୁରୁଣା ରାଗରେ ଅଭିଯୁକ୍ତମାନେ ବଡ଼ଭାଇ ସିମନଙ୍କୁ ଅପହରଣ ଓ ହତ୍ୟା କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ପ୍ରକାରେ, ସିମନ ନିଖୋଜ ହେବା ପରେ ପରିବାର ଲୋକେ ଅଡ଼ବା ଥାନାରେ ଅଭିଯୋଗ କରିଥିଲେ। ଏଥିରେ ପୁଲିସ୍ ଅରୁଣ ମାଝୀ ନାମକ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଅରୁଣକୁ ପଚରାଉଚରା ବେଳେ ଚାରିଜଣ ଯୁବକ ମୁହଁରେ କପଡ଼ା ବାନ୍ଧି ଆସି ସିମନଙ୍କୁ ମାରପିଟ୍ କରିଥିଲେ ବୋଲି ସେ ପୁଲିସ ଆଗରେ କହିଥିଲେ। ଯୁବକମାନେ ଅରୁଣଙ୍କୁ ଚୁପ୍ ରହିବାକୁ ଧମକ ଦେଇଥିଲେ ବୋଲି ସେ ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାଢ଼େ ତିନିଘଣ୍ଟା ଧରି ଖୋଜାଖୋଜି କରିବା ପରେ ମୋବାଇଲ ଫୋନ୍‌ ସହ ସିମନ୍‌ଙ୍କ ରକ୍ତ ଜୁଡୁବୁଡୁ ଶବକୁ ଉଦ୍ଧାର କରିଥିଲା। ଏହି ଘଟଣାରେ ପୁଲିସ୍ ଅଧିକ ତଦନ୍ତ କରୁଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ ଏକ ପ୍ରକାର ସ୍ପଷ୍ଟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe