ନଦୀପଠା ବାଉଁଶବାଡ଼ିରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ନଦୀପଠା ବାଉଁଶବାଡ଼ିରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ଦଶରଥପୁର: ଯାଜପୁର ଜିଲ୍ଲା ଦଶରଥପୁର ଥାନା ମଲ୍ଲିକାପୁର ପଂଚାୟତ କାଣିନଦୀ ପଠାରେ ଥିବା ବାଉଁଶ ବାଡ଼ିରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ହେଲେ ମହାନ୍ତିପାଟଣା ଗ୍ରାମର ଚିତ୍ତରଞ୍ଜନ ନାୟକଙ୍କ ପୁଅ ସବ୍ୟସାଚୀ ନାୟକ(୨୫)। ସବ୍ୟସଚୀଙ୍କୁ ହତ୍ୟା କରାଯାଇଥିବା ଅଭଯୋଗ ଆଣିଲେ ପରିବାରବର୍ଗ। ସବ୍ୟସଚୀ ସୋମବାର ଠାରୁ ନିଖୋଜ ଥିଲେ। ପରିବାର ବର୍ଗ ବହୁ ଖୋଜାଖୋଜି ପରେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ। ମଲ୍ଲିକାପୁର ପଲାସାହି ମଧ୍ୟରେ ଥିବା କାଣୀନଦୀ ବନ୍ଧ ନିକଟସ୍ଥ ବାଉଁଶ ବାଡ଼ିରେ ଆଜି ଏକ ମୃତଦେହ ପଡ଼ିଥିବା ଗ୍ରାମବାସୀ ଦେଖିବାକୁ ପାଇ ପୁଲିସକୁ ଖବର ଦେଇଥିଲେ।

ଖବର ପାଇ ଦଶରଥପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ କୁ ଚିହ୍ନଟ କରିବା ପରେ ମୃତଶରୀରକୁ ଜବତ କରିଛି। ସେପଟେ ଦୀର୍ଘ ଦିନ ହେବ ଏହି ଅଞ୍ଚଳରେ ନିଶା(ଡ୍ରସ୍କ) କାରବାର ହେଉଥିବାରୁ ନିଶାଶକ୍ତ ଅବସ୍ଥାରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ ସାଇଣ୍ଟିଫିକ ଟିମ୍‌ର ସହାୟତା ଲୋଡ଼ି ତଦନ୍ତ ଆରମ୍ଭ କରଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe