ବିଲ ମଝିରୁ ମା’ ସହ ୬ ବର୍ଷର ଝିଅର ମୃତଦେହ ଠାବ

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ଭଦ୍ରକ: ମା’ ଓ ଝିଅକୁ ହତ୍ୟା ସନ୍ଦେହରେ ଜଣେ ନାବାଳକକୁ ପୁଲିସ ଅଟକ ରଖିଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗଣିଜାଙ୍ଗ ହାସିନପୁର ଆଦିବାସୀ ସାହିର ସୁକାନ୍ତି ମୁଣ୍ଡା ( ୩୫) ଝିଅ ମିନୀ ମୁଣ୍ଡା ( ୭)କୁ ହତ୍ୟା ଅଭିଯୋଗରେ ପୁଲିସ ଜଣେ ୧୫ ବର୍ଷୀୟ ନାବାଳକୁ ଅଟକ ରଖି ପଚରାଉଚରା କରୁଛି।

ଘଟଣାରୁ ପ୍ରକାଶ ଆଜି ବଣିଆଗୁଡ଼ି ଜଙ୍ଗଲରେ ସୁକାନ୍ତି ମୁଣ୍ଡାଙ୍କ ମୃତଦେହ ପଡ଼ିଥିଲା। ମୃତଦେହ ପାଖରେ ନାବାଳକ ବସିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପରେ ଲୋକେ ସଂଧ୍ୟା ପ୍ରାୟ ୫ଟା ବେଳେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସୁକାନ୍ତି ମୁଣ୍ଡାଙ୍କ ଝିଅ (୭ବର୍ଷ)ର ମୃତଦେହ ପାଖାପାଖି ପ୍ରାୟ ୧.୫ କିମି ଦୂର ଆରଞ୍ଜି ନିକଟ ଏକ କଲଭର୍ଟ ତଳୁ ଉଦ୍ଧାର କରିଥିଲା। ଏହି ଘଟଣାରେ ନାବାଳକକୁ ଅଟକ ରଖି ଅଧିକ ତଥ୍ୟ ପାଇଁ ପଚରାଉଚରା କରାଯାଉଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe