ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା : ଶୌଚାଳୟରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ରର ମୃତଦେହ

Advertisment
ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା : ଶୌଚାଳୟରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ରର ମୃତଦେହ

telegraphindia.com

ଜଗତସିଂହପୁର : ଶୌଚାଳୟରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ରର ମୃତଦେହ। ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ହସ୍ପିଟାଲ ପାଇଖାନାରୁ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଥିବା ବେଳେ ନବଜାତକ ଶିଶୁପୁତ୍ର କାହାର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିଏ ଏବଂ କେଉଁ ପରିସ୍ଥିତିରେ ଶିଶୁର ମୃତଦେହକୁ ଡାକ୍ତରଖାନା ଶୌଚାଳୟରେ ରଖିଲା, ଏନେଇ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଘଟଣାର ତଦନ୍ତ କରୁଛନ୍ତି।

ସେପଟେ ଏ ସମ୍ପର୍କରେ ବିଦ୍ଧିବଦ୍ଧ ତଦନ୍ତ ପାଇଁ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶିଶୁ ପୁତ୍ରଟି କାହାର ଏବଂ କେଉଁ ପରିସ୍ଥିତିରେ ଶିଶୁକୁ ଡାକ୍ତରଖାନା ଶୌଚାଳୟରେ ରଖିଲା, ତାର ତଦନ୍ତ ନିର୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ସେ କହିଛନ୍ତି, ଏମିତି ବହୁତ କଥା ଆସିବ। ତେବେ ଘଠଣାର ତଦନ୍ତ ହେବ। ଆଇନ ଅନୁସାରେ, ଯିଏ ଦୋଷୀ ସିଏ ଦଣ୍ଡିତ ହେବେ।

ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣା ଗତକାଲି ରାତିରେ ଘଟିଥିବା ଅନୁମାନ କରାଯାଉଛି। ତେବେ ଆଜି ସକାଳୁ ଜଣେ ମହିଳା ଶୌଚାଳୟରେ ଶିଶୁପୁତ୍ରକୁ ଦେଖିବା ପରେ ହସ୍ପିଟାଲର ଜଣେ ଝାଡୁଦାରଙ୍କୁ ଖବର କରିଥିଲେ। ଆଉ ପରେ ଘଟଣା ବିଷୟରେ ହସ୍ପିଟାଲ କର୍ତ୍ତୃପକ୍ଷ ଜାଣିବା ପରେ ଶିଶୁର ମୃତଦେହକୁ ଉଦ୍ଧାର କରାଯାଇଥିଲା ଏବଂ ଆଜି ଦିନ ୨ଟାରେ ଶିଶୁଟିର ପୋଷ୍ଟମର୍ଟମ କରାଯାଇଥିଲା। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ କେମିତି ଶିଶୁର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇଯିବ। ତେବେ ପୁଲିସର ଏକ ଟିମ୍ ଏବଂ ହସ୍ପିଟାଲରେ ପ୍ରଶାସନର ଏକ ଟିମ୍ ସିସିଟିଭି ଆଧାରରେ ଘଟଣାର ତଦନ୍ତ ଚଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe