ବଡ଼ସାହି: ମୟୂରଭଂଜ ଜିଲ୍ଲା ବଡ଼ସାହି ଥାନା ତଥା ବ୍ଲକ ଅନ୍ତର୍ଗତ ଖାନୁଆ ଗ୍ରାମର ଚନ୍ଦ୍ରକାନ୍ତ ଶେଜପଡ଼ା(୩୪), ଯିଏକି ଯବାନ ଭାବେ ରାଜସ୍ଥାନରେ ଚାକିରି କରୁଥିଲେ ସେ ଗତ ୩ ତାରିଖରେ ନିଜ ଭଉଣୀ ବାହାଘର କର୍ମ ସାରି ପୁଣି ନିଜ କର୍ମକ୍ଷେତ୍ରକୁ ଗତ ୯ ତାରିଖରେ ଫେରୁଥିଲେ। ମାତ୍ର କର୍ମସ୍ଥଳକୁ ସେ ପହଞ୍ଚି ପାରି ନଥିଲେ। ରାସ୍ତାରେ ହରିଆନାର ରେଳ ଲାଇନ ନିକଟରୁ ତାଙ୍କ ଶବକୁ ରେଳ ବିଭାଗ ପୁଲିସ ଉଦ୍ଧାର କରିଥିବା ଜଣାଯାଇଛି। ଭଉଣୀ ବିଭାଘର କର୍ମ ଶେଷ ହେବାପରେ ଗତ ୯ ତାରିଖରେ ରାଜସ୍ଥାନକୁ ଟ୍ରେନ ଯୋଗେ ଯାଉଥିଲେ।ସେଠାରେ ସଠିକ ସମୟରେ ନ ପହଞ୍ଚିବାରୁ ତାଙ୍କ ଉପରିସ୍ଥ ଅଧିକାରୀ ଫୋନରେ ମଧ୍ୟ କୌଣସି ଉତ୍ତର ନ ପାଇ ଘରକୁ ଫୋନ୍ କରିଥିଲେ।ସେ ଯାଇଥିବାର ଖବର ଅଧିକାରୀ ଜାଣିବାକୁ ପାଇ ତାଙ୍କ ସନ୍ଧାନ ନେବାରେ ଲାଗିପଡିଥିଲେ। ଗତକାଲି ହରିଆନା ରେଳବାଇ ପୁଲିସ ରେଳ ଲାଇନରୁ ଯବାନ ଚନ୍ଦ୍ରକାନ୍ତଙ୍କ ଶବ ପାଇ ରାଜସ୍ଥାନ ସହ ନିଜ ଘର ଖାନୁଆକୁ ସୂଚନା ଦେଇଥିବା ଜଣାପଡିଛି।ଆସନ୍ତାକାଲି ଶହୀଦ ଯବାନଙ୍କ ମର ଶରୀର ଖାନୁଆ ଗାଁରେ ପହଞ୍ଚିବ ଏବଂ ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବ ବୋଲି ଜଣାଯାଇଛି। ଉକ୍ତ ଯୁବ ଯବାନଙ୍କ ମୃତ୍ୟୁରେ ନିଜ ଗ୍ରାମ ସମେତ ବଡ଼ସାହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଭଉଣୀ ବାହାଘର ସାରି କର୍ମକ୍ଷେତ୍ରକୁ ଫେରୁଥିବା ଯବାନ ଭାଇର ମିଳିଲା ଶବ
Advertisment
Follow Us