Shutterstock
ଧର୍ମଗଡ଼/ ବେହେରା: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଛଞ୍ଚାଣବାହିଲି ପଞ୍ଚାୟତ ପଲସପାଣି ଗାଁରେ ଦେଖାଦେଇଛି ଦାଦନ ଦୁଃଖ। ଆନ୍ଧ୍ରପ୍ରଦେଶର ନିଜାମଠାରେ ଦାଦନ ଖଟୁଥିବା ଏହି ଗାଁର ଶ୍ରମିକ ପୂର୍ଣ୍ଣଚନ୍ଦ୍ର ପୂଝାରି (୧୬ ବର୍ଷ)ଙ୍କ ମୃତ୍ୟୁ ହୋଇଛି। ଶବ ଭିଟାମାଟିକୁ ଫେରିଛି।
ପୂର୍ଣ୍ଣଚନ୍ଦ୍ର ତିନିମାସ ତଳେ ଆନ୍ଧ୍ରପ୍ରଦେଶର ନିଜାମକୁ ଦାଦନ ଖଟିବାକୁ ଯାଇଥିଲେ। ଗତ ୧୯ତାରିଖ ଦିନ ହଠାତ୍ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ସେଠାରେ ଥିବା କିଛି ସାଥୀ ଏକ ବେସରକାରୀ କ୍ଲିନିକ୍ରେ ଚିକିତ୍ସା କରାଇଥିଲେ। ହେଲେ ସ୍ୱାସ୍ଥ୍ୟାବସ୍ଥା ସୁଧୁରି ନଥିଲା। ଏହାପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ଠିକାଦାରଙ୍କ ସହଯୋଗରେ ଏକ ଆମ୍ବୁଲାନ୍ସ ଯୋଗେ ନିଜ ଗାଁ ପଲସପାଣି ଗ୍ରାମକୁ ବୁଧବାର ଦିନ ମୃତଦେହ ପହଞ୍ଚିଥିଲା। ଏହା ପରେ ଗାଁରେ ଶୋକାକୁଳ ପରିବେଶରେ ଶେଷକୃତ୍ୟ କରାଯାଇଥିଲା।
Follow Us