ପଥର ହୁଡ଼ିରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଜମିଜମା ଗଣ୍ଡଗୋଳ ପାଇଁ ହତ୍ୟା ଅଭିଯୋଗ

Advertisment
ନିଟ୍ ପରୀକ୍ଷାରେ ବିଫଳ ଛାତ୍ରଙ୍କ ଆତ୍ମହତ୍ୟା!

image source--East ldho news

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଦୁମାଡ଼ିହିରେ ଜନୈକ ବ୍ୟକ୍ତିଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ଉକ୍ତ ଗ୍ରାମର ନିରଞ୍ଜନ ଗିରି (୫୫) ଗତକାଲି ସନ୍ଧ୍ୟାରେ ଗାଁ ହାଟକୁ ବାହାରି ଯାଇଥିଲେ। ଆଉ ସେ ରାତିରେ ଘରକୁ ଫେରି ନଥିଲେ। ପରିବାର ଲୋକ ଖୋଜା ଖୋଜି କରିବା ପରେ ପାଇ ନଥିଲେ। ଆଜି ସକାଳେ ତାଙ୍କ ମୃତ ଦେହ ଘରକୁ ଫେରିବା ବାଟରେ ପଡ଼ି ଥିବା ଦେଖି ରାଇରଙ୍ଗପୁର ଗ୍ରାମାଞ୍ଚଳ ପୁଲିସକୁ ଖବର କରିଥିଲେ ।

ପଥର ହୁଡ଼ି ତଳେ ଥିବା ପାଣିରେ ସେ ମୁହଁ ମାଡ଼ି ପଡ଼ି ମୃତ୍ୟୁ ଘଟିଥିଲା। ମୃତ ନିରଞ୍ଜନଙ୍କ ଭାଇ ବାଳକରାମ ଗିରିଙ୍କ ଅଭିଯୋଗ ମୁତାବକ ଜମିଜମାକୁ କେନ୍ଦ୍ର କରି ପଡ଼ୋଶୀଙ୍କ ସହ ପୁରୁଣା ବିବାଦ ଥିଲା। ସେମାନେ ତାଙ୍କ ଭାଇଙ୍କୁ ହତ୍ୟା କରିଥିବା ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିବା ପରେ ଦଫା ୩୦୨, ୩୪ ଆଇପିସି ମୂଳେ ୧୦୬/୨୦ରେ ମାମଲା ରୁଜୁ ହୋଇଛି। ଗ୍ରାମାଞ୍ଚଳ ଥାନାଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ଘଟଣାର ଅନୁଧ୍ୟାନ କରିବା ପରେ ମୃତଦେହକୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛନ୍ତି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ଓଆଇସି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe