ThePleasantDream
ଦଶରଥପୁର: ଦଶରଥପୁର ବ୍ଲକ୍ ବିରିପଟା ଗ୍ରାମର ଅବସରପ୍ରାପ୍ତ ଯବାନ ଶଶିଭୂଷଣ ସ୍ୱାଇଁଙ୍କ ମୃତଦେହ ଘର ନିକଟ କୂଅରୁ ଉଦ୍ଧାର କରାଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ସେ କୂଅରେ ପଡ଼ି ଯାଇଥିବା ସନ୍ଦେହ କରାଯାଉଛି। ସ୍ୱର୍ଗତ ସ୍ୱାଇଁ ଭାରତୀୟ ସେନା ଅଧିକାରୀ ଭାବେ ଅବସର ନେବା ପରେ ନିଜ ଗ୍ରାମ ବିରିପଟାରେ ରହିଆସୁଥିଲେ।
ତାଙ୍କ ପରିବାର ଲୋକେ ଯାଜପୁର ସହରରେ ରହୁଥିଲେ। ଜଣେ ପଡ଼ୋଶୀ ଶ୍ରୀ ସ୍ୱାଇଁଙ୍କ ଗାଈଗୁଡ଼ିକ ଗୁହାଳେ ବନ୍ଧା ହୋଇନଥିବା ଦେଖି ଡାକ ପକାଇଥିଲେ। ଘର ଭିତରୁ କୌଣସି ଉତ୍ତର ନମିଳିବାରୁ ପଡ଼ୋଶୀ ଜଣକ ତାଙ୍କୁ ଖୋଜିଥିଲେ। ଏହି ସମୟରେ ସେ ବାଡ଼ିପଟ କୂଅରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଦଶରଥପୁର ଅଗ୍ନିଶମ ବାହିନୀ ପହଞ୍ଚି କୂଅ ଭିତରୁ ତାଙ୍କୁ ଉଦ୍ଧାର କରିବା ସହ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମଙ୍ଗଳପୁର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ନିମନ୍ତେ ମୃତଦେହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।
Follow Us