ଷ୍ଟାଫ୍‌ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ କନ୍ଧମାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚାପା ଉତ୍ତେଜନା

Advertisment

ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ଡାକ୍ତରଖାନା କର୍ମଚାରୀ

ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ଡାକ୍ତରଖାନା କର୍ମଚାରୀ

ଷ୍ଟାଫ୍‌ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ କନ୍ଧମାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚାପା ଉତ୍ତେଜନା

ଫୁଲବାଣୀ: କନ୍ଧମାଳ ଜିଲା ମୁଖ୍ୟ ଡାକ୍ତରଖାନାର ଜଣେ ଷ୍ଟାଫ ନର୍ସ ମୌସୁମୀ ମିଶ୍ରଙ୍କ ଗତକାଲି ରାତିରେ ସନ୍ଦେହଜନକ ମୃତ୍ୟୁ ହୋଇଛି। ମେଡିକାଲ୍‌ର କର୍ମଚାରୀମାନେ ମୌସୁମୀ ମିଶ୍ରଙ୍କ ମୃତ୍ୟୁର ତଦନ୍ତ ଦାବି କରିଛନ୍ତି।

ସୂଚନା ଅନୁସାରେ ମୌସୁମୀ ମିଶ୍ର ଗତକାଲି ମେଡିକାଲଯିବା ପାଇଁ ଡ୍ରେସ୍‌ ପିନ୍ଧି ବାହାରିଥିଲେ। କିନ୍ତୁ ସେ ସଠିକ ସମୟରେ ମେଡିକାଲରେ ପହଂଚି ନଥିଲେ। ସେ ହସ୍‌ପିଟାଲକୁ ଆସିବା ପାଇଁ ଡ୍ରେସ୍‌ ପିନ୍ଧିଥିଲେ। କିନ୍ତୁ ରାତିରେ ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ମେଡିକାଲରେ ଭର୍ତ୍ତି କରିଥିଲେ। ରାତି ପ୍ରାୟ ୯ଟାରେ ମୌସୁମୀଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯିବା ପରେ ଡାକ୍ତର ରିସିଭ୍‌ ଡେଥ ଘୋଷଣା କରିଥିଲେ।

ତେବେ ମେଡିକାଲ କର୍ମଚାରୀଙ୍କ କହିବା ଅନୁସାରେ ମୌସୁମୀ ଡ୍ୟୁଟିରେ ଆସିବାକୁ ଯେହେତୁ ଡ୍ରେସ ପିନ୍ଧିଥିଲେ, ନିଶ୍ଚିତ ଭାବରେ ସେ ସୁସ୍ଥ ଥିଲେ। ଯଦି ସେ ଅସୁସ୍ଥ ଥାଆନ୍ତେ, ତା’ହେଲେ ମେଡିକାଲର କର୍ମଚାରୀଙ୍କୁ ଛୁଟିରେ ରହିବା ନେଇ ସୂଚନା ପ୍ରଦାନ କରିପାରିଥାନ୍ତେ। ତେଣୁ ଘଟଣାର ନିରପେକ୍ଷ ତଦନ୍ତ ହେବା ଦରକାର।

ସୂଚନାଯୋଗ୍ୟ, ଢେଙ୍କାନାଳ ଜିଲ୍ଲା ଗଦିଆଁ ଅଂଚଳର ମୌସୁମୀ ଫୁଲବାଣୀର ରମାକାନ୍ତ ଦାସଙ୍କୁ ପ୍ରେମ ବିବାହ କରିଥିଲେ। ତାଙ୍କର ଏକ ବର୍ଷର ଝିଅ ଟିଏ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe