ମହାନଦୀରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗରେ ହତ୍ୟାକାରୀକୁ ଗିରଫ ଦାବିରେ ରାସ୍ତାରୋକ

Advertisment
ମହାନଦୀରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗରେ ହତ୍ୟାକାରୀକୁ ଗିରଫ ଦାବିରେ ରାସ୍ତାରୋକ

ଉଲୁଣ୍ଡା/ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ କେଶଲପୁରା ଗାଁର ଶିକ୍ଷକ ଲୋକନାଥ ନାୟକଙ୍କ ମୃତଦେହ ଗୁରୁବାର ସୋନପୁର ନିକଟ ମହାନଦୀରୁ ଉଦ୍ଧାର କରାଯାଇଛି। ତାଙ୍କୁ କେହି ହତ୍ୟାକରି ମହାନଦୀ ପୋଲ ଉପରୁ ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାର ନି‌ରପେକ୍ଷ ତଦନ୍ତ କରି ହତ୍ୟାକାରୀକୁ ଗିରଫ କରାଯାଉ ବୋଲି ଦାବି କରି ଗ୍ରାମବାସୀ ଗୁରୁବାର ପୋଲ ଉପରେ ଶବ ରଖି ରାସ୍ତାରୋକ କରିଥିଲେ।

publive-image

ସୂଚନା ଅନୁସାରେ, କେହି ଜଣେ ଫୋନ୍‌ କରିବାରୁ ଲୋକନାଥ ବୁଧବାର ସନ୍ଧ୍ୟାରେ ଘରୁ ବାଇକ୍‌ରେ ବାହାରି ଯାଇଥିଲେ। ରାତି ୯ଟା ପର୍ଯ୍ୟନ୍ତ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି ବିଫଳ ହୋଇଥିଲେ। ଏନେଇ ସେମାନେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ‌ହେଲେ ପୁଲିସ ଘଟଣାକୁ ଗୁରୁତ୍ୱ ନଦେଇ ପରିବାର ଲୋକଙ୍କୁ ଫେରାଇ ଦେଇଥିବା ସମ୍ପର୍କୀୟମାନେ ଅଭିଯୋଗ କରୁଛନ୍ତି। ଗୁରୁବାର ସକାଳେ ମହାନଦୀ ପୋଲ ତଳେ ଲୋକନାଥଙ୍କ ଶବ ପଡ଼ିଥିବା ଦେଖି ପରିବାର ଲୋକଙ୍କୁ ସୂଚନା ଦେଇଥିଲା। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଚି଼ହ୍ନଟ କଲା ପରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ସୋନପୁର ଡାକ୍ତରଖାନା ନେଇଥିଲା। ଶବ ବ୍ୟବଚ୍ଛେଦ ପରେ ଉତ୍ତ୍ୟକ୍ତ ଲୋକେ ମହାନଦୀ ପୋଲ ଉପରେ ଶବ ରଖି ସନ୍ଧ୍ୟା ୬ଟାରୁ ରାସ୍ତାରୋକ କରିଥିଲେ। ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା। ରାତି ସାଢ଼େ ୭ଟାରେ ଏସ୍‌ଡିପିଓ ବାସୁଦେବ ଛତ୍ରିଆ ଓ ସୋନପୁର ପୁଲିସ ପହଞ୍ଚି ତଦନ୍ତ କରି କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃ୍ତ ହୋଇଥିଲା। ଏନେଇ ସୋନପୁର ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe