ଘର ଦୁଆରୁ ମହିଳାଙ୍କ ମୃତଦେହ ଉଦ୍ଧାର

Advertisment
ଘର ଦୁଆରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଭଟଲି,: ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍ ଅନ୍ତର୍ଗତ ଭିଞ୍ଜେତୋରା ଗ୍ରାମର ନରୋତ୍ତମ ମିର୍ଦ୍ଧା କୁଳି ମଜୁରୀ କାମ କରି ନିଜ ସ୍ତ୍ରୀ, ଗୋଟିଏ ପୁଅ ଓ ଗୋଟିଏ ଝିଅ ତଥା ନିଜ ବୁଢୀ ମା ସାଙ୍ଗରେ ରହୁଥିଲେ।  କୌଣସି କାରଣବଶତଃ ନରୋତ୍ତମଙ୍କ ପତ୍ନୀ ପାର୍ବତୀ ମିର୍ଦ୍ଧାଙ୍କ ଶବ ଘର ଦୁଆରେ ପଡ଼ିଥିଲା। ଖବର ପାଇ ଘଟଣାସ୍ଥଳକୁ ଭଟଲି ଥାନାଧିକାରୀ ବିଭୂତି ଭୂଷଣ ଦଳାଇ, ଏଏସ୍‌ଆଇ ପ୍ରଫୁଲ୍ଲ ପାଣିଗ୍ରାହୀ ଓ ପୁଲିସ କର୍ମଚାରୀ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ।

ବିଷ ପିଇ ପାର୍ବତୀ ଆତ୍ମହତ୍ୟା କରିଥବା ପ୍ରାଥମିକ ଜାଣିବାକୁ ପାଇଥିଲେ। ମୃତ ପାର୍ବତୀଙ୍କ ଭାଇ କୁମାର ବାଗଙ୍କ ଲିଖିତ ଅଭିଯୋଗ କ୍ରମେ ଭଟଲି ପୁଲିସ ଏଏସ୍‌ଆଇ ପ୍ରଫୁଲ୍ଲ ପାଣିଗ୍ରାହୀ ଘଟଣାର ତଦନ୍ତ କରିଥିଲେ। ଭଟଲି ଥାନା କେସ୍ ନଂ ୧୬/୨୦୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ବୋଲି ଭଟଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe