କଳାହାଣ୍ଡିରେ ରାସ୍ତାକଡ଼ରୁ ସ୍ତ୍ରୀ ଓ ଶିଶୁପୁତ୍ର ସମେତ ୩ ଜଣଙ୍କ ମୃତଦେହ ଉଦ୍ଧାର

କଳାହାଣ୍ଡିରେ ରାସ୍ତାକଡ଼ରୁ ସ୍ତ୍ରୀ ଓ ଶିଶୁପୁତ୍ର ସମେତ ୩ ଜଣଙ୍କ ମୃତଦେହ ଉଦ୍ଧାର

ଜୁନାଗଡ଼: ଜଣେ ମହିଳା ଓ ଶିଶୁପୁତ୍ରଙ୍କ ସାମତ ୩ ଜଣଙ୍କୁ ହତ୍ୟା କରାଯାଇଛି। ମା’ ସହିତ ଶିଶୁପୁତ୍ର ଓ ଜଣେ ବୃଦ୍ଧଙ୍କୁ ବୀଭତ୍ସ ହତ୍ୟା କରାଯାଇଛି। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଶଙ୍କରପଲା ଗାଁରେ ରବିବାର ଏହି ଘଟଣା ଦେଖିବାକୁ ମିଳିଛି। ମୃତକମାନେ ହେଲେ ରଇମତୀ ମାଝୀ (୩୫) , ଶିବଶକ୍ତି ମାଝୀ (୨) ଓ ମହେନ୍ଦ୍ର କୁମାର (୬୦)।

publive-image ସୂଚନା ଅନୁସାରେ ଜୁନାଗଡ଼ ଥାନା ଅଧୀନ ଶଙ୍କରପଲା ଗାଁର ରାସ୍ତାକଡ଼ରେ ଆଜି ସନ୍ଧ୍ୟା ସମୟରେ ବ୍ରଜ ମାଝୀଙ୍କ ସ୍ତ୍ରୀ ରେହମତୀ ମାଝୀ ଓ ତାଙ୍କର ଶିଶୁପୁତ୍ର ଶିବଶକ୍ତିଙ୍କ ସମେତ ମହେନ୍ଦ୍ର କୁମାରଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚିଲା ବେଳକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ୩ ଜଣଙ୍କ ମୃତଦେହ ପଡ଼ିଥିଲା। ମୃତକମାନଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଛି। ମୃତଦେହ ନିକଟରୁ ଏକ ଧାରୁଆ ଅସ୍ତ୍ର ମଧ୍ୟ ମିଳିଛି। ତେଣୁ କେହି ଦୁର୍ବୃତ୍ତ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୀଭତ୍ସ ହତ୍ୟା କରିଥିବା ସଂଦେହ ହେଉଛି। ପୁଲିସ ମୃତଦେହଗୁଡ଼ିକୁ ଜବତ କରି ଛାନଭିନ ଆରମ୍ଭ କରିଛି। ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ ମୃତ ମହିଳାଙ୍କର ସ୍ୱାମୀ ବ୍ରଜ ମାଝୀ ଦୀର୍ଘ ୯ ବର୍ଷ ହେଲା ଜେଲରେ ଅଛନ୍ତି। ବ୍ରଜ ମାଝୀ ନିଜ ଖୁଡ଼ିକୁ ହତ୍ୟା କରି ଜେଲ ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe