ଦାଦନ ଦୁଃଖ: ରୋଜଗାର ପାଇଁ ଆନ୍ଧ୍ର ଯାଇଥିଲେ ୨ଭାଇ, ଜଣଙ୍କର ମୃତଦେହ ଫେରିଲା, ଆଉ ଜଣେ ଗୁରୁତର

Advertisment
ଦାଦନ ଦୁଃଖ: ରୋଜଗାର ପାଇଁ ଆନ୍ଧ୍ର ଯାଇଥିଲେ ୨ଭାଇ, ଜଣଙ୍କର ମୃତଦେହ ଫେରିଲା, ଆଉ ଜଣେ ଗୁରୁତର

ରାୟଗଡ଼ା: ଦୁର୍ଗମ ଅଞ୍ଚଳରେ ସରକାରଙ୍କ ଯୋଜନାଗୁଡ଼ିକ ଠିକ୍‌ ଭାବେ ପହଞ୍ଚି ପାରୁ ନାହିଁ। ରାୟଗଡ଼ା ଜିଲ୍ଲାର ଅନେକ ଅଞ୍ଚଳରେ ଲୋକେ କାମଧନ୍ଦା ନମିଳିବାରୁ ବାଧ୍ୟ ହୋଇ ପେଟର ଭୋକକୁ ଦୂର କରିବା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକ ଜୀବନ୍ତ ଫେରୁ ନାହାନ୍ତି। ଜୀବନ୍ତ ବଦଳରେ ମୃତଦେହ ‌ଆସୁଛି। କାଶୀପୁର ବ୍ଲକ ଟିକିରି ଅଞ୍ଚଳର କୁଡ଼ାପାଡ଼ି ପଞ୍ଚାୟତର ମକାପଦର ଗାଁରୁ ଦୁଇ ଭାଇ ମିଶି ଦାଦନ ଖଟିବାକୁ ଯାଇଥିଲେ ପଡୋଶୀ ଆନ୍ଧ୍ରପ୍ରଦେଶକୁ। କିନ୍ତୁ ରବିବାର ଜଣଙ୍କର ମୃତଦେହ ଘରକୁ ଫେରିଛି। ମୃତ ନାବାଳକ ହେଲେ ଗଙ୍ଗାଧର ମାଝୀ। ଅନ୍ୟ ଜଣେ ଗୁରୁତର ଅଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନଯୋଗ୍ୟ ଯେ ଗତ ତିନି ମାସ ତଳେ ଦୁଇଭାଇ ଆନ୍ଦ୍ରପ୍ରଦେଶ ବିଶାଖାପାଟଣା ସହରର ପାଲନମପେଟା ଅଞ୍ଚଳରେ ଥିବା ସାଇମେରିନ ଚିଙ୍ଗୁଡ଼ି କାରଖାନାରେ କାମ କରିବା ପାଇଁ ଯାଇଥିଲେ। କୁର୍ଷା ମାଝୀଙ୍କ ପୁଅ ଗଙ୍ଗାଧର ମାଝୀ ଏବଂ କୁର୍ଷା ମାଝୀଙ୍କ ବଡ଼ ଭାଇଙ୍କ ପୁଅ ମହେଶ୍ୱର ମାଝୀ ଦୁହେଁ ନାବାଳକ। ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିର ଆଇସ ଚ୍ୟାମ୍ବରରେ ଦୁଇଭାଇ କାମ କରୁଥିଲ। ସେଠାରେ ସେମାନଙ୍କ ସେଫ୍ଟି ନିମନ୍ତେ ଜୋତା କିମ୍ବା ଗ୍ଲୋବସ ଦିଆଯାଇନଥିଲା, ଯାହା ଫଳରେ ସେମାନଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲା। ଉକ୍ତ କମ୍ପାନିର ମାଲିକ ସେମାନଙ୍କୁ ଚିକିତ୍ସା ନିମନ୍ତେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନନେଇ ବିନା ଖାଇବା ପିଇବାକୁ ଦେଇ ସେମାନଙ୍କୁ କାର୍ଯ୍ୟ କରାଉ ଥିବା ନେଇ କହିଛନ୍ତି ଗୁରୁତର ଥିବା ମହେଶ୍ୱର। ଦୁଇ ଭାଇଙ୍କ ଅବସ୍ଥା ଅତ୍ୟଧିକ ଖରାପ ହେବାରୁ ଧାର ଉଧାର କରି ଗାଁକୁ ଫେରିଥିଲେ ଦୁଇ ଭାଇ।

ରାୟଗଡା ରେଳ ଷ୍ଟେସନରେ ପଂହଁଚିବା ମାତ୍ରେ ରେଳ ବିଭାଗ ପୁଲିସଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା। କିନ୍ତୁ ମେଡକାଲରେ ପହଞ୍ଚିବା ମାତ୍ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe