ରାସ୍ତାକଡ଼ରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ବର୍ତ୍ତମାନ ଜାଡ଼ ଲୋକଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି। ଏଭଳି ସ୍ଥିତିରେ ଗରିବ ଲୋକ ବଞ୍ଚିବା କଷ୍ଟକର ହୋଇପଡିଛି। କାରଣ ଏହି ଜାଡ଼ ପାଇଁ ରାସ୍ତାକଡ଼ରେ ରହୁଥିବା ଲୋକଙ୍କ ପାଖରେ ନା ଅଛି ଶୀତବସ୍ତ୍ର ନା ମୁଣ୍ଡ ଗୁଞ୍ଜିବା ପାଇଁ ଚାଳ ଟିଏ। ଫଳରେ ଲୋକେ ରାତି ତମାମ ଶୀତରେ ଥରି ଥରି ଅନିଦ୍ରା ରହୁଛନ୍ତି।ଏହିଭଳି ଏକ ଘଟଣା ରାୟଗଡ଼ା ଜିଲ୍ଲା ସଦର ମହକୁମା କପିଳାସ ହୋଟେଲ ନିକଟ ଟ୍ରାଫିକ ଛକ ନିକଟରେ ଘଟିଥିବା ଦେଖିବାକୁ ମିଳିଛି।

ସୁଚନା ମୁତାବକ ଆଜି ସକାଳ ପ୍ରାୟ ୯ଟା ବେଳେ କୌଣସି ସୂତ୍ରରୁ ଖବର ପାଇ ରାୟଗଡ଼ା ପୁଲିସ ପକ୍ଷରୁ ସବ ଇନ୍ସପେକ୍ଟର ସୁନୀତା ବୁରୁଦାଙ୍କ ନେତୃତ୍ୱରେ ଏକ ଟିମ ପହଞ୍ଚି ଅଜଣା ବ୍ୟକ୍ତିଙ୍କ ଶବକୁ ଉଦ୍ଧାର କରି ପୌର ପରିଷଦର ଗାଡ଼ିରେ ଶବ ବ୍ୟବଛେଦ ପାଇଁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରଯାଇଥିଲା। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ଏହି ମୃତକ ବ୍ୟକ୍ତି ଜଣକ ପ୍ଲାଷ୍ଟିକ ଓ ଜରି ଗୋଟାଳି ବୋଲି ଚିହ୍ନଟ ହୋଇଥିଲେ ସୁଦ୍ଧା ଉକ୍ତ ବ୍ୟକ୍ତିର ଘର କିମ୍ବା ପରିଚୟ ମିଳିନଥିବା ପୁଲିସ ପକ୍ଷରୁ ଜଣାପଡିଛି। ଏହାର ତଦନ୍ତ ଚାଲିଛି, ପରିଚାୟ ମିଳିଲେ ତାଙ୍କ ପରିବାରକୁ ଶବ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛ। ଉକ୍ତ ବ୍ୟକ୍ତିକୁ କିଛି ଲୋକ ଗତକାଲି ସେଠାରେ ଶୋଇଥିବା ଦେଖିଥିବା ବେଳେ ତଦେହରେ ନା କୌଣସି ଶୀତବସ୍ତ୍ର ଥିଲା ନା ଘୋଡେଇ ହେବା ପାଇଁ କମ୍ବଳ ଥିଲା। ଖାଲି ଦେହରେ ରାତି ତମାମ ଶୋଇଥିବା ଫଳରେ ଜାଡ଼ ଯୋଗୁଁ ଆଜି ସକାଳେ ତାହାର ମୃତ୍ୟୁ ବରଣ କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe