ମହିଳାଙ୍କ ଗଳିତ ଶବ ଉଦ୍ଧାର, ହତ୍ୟା ସନ୍ଦେହ 

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବୃନ୍ଦାବନପୁର ପଞ୍ଚାୟତ ଅଧୀନ ବିନୋଦପଡ଼ାରେ ଶନିବାର ପୁଲିସ ଜନୈକ ମହିଳାଙ୍କ ଗଳିତ ଶବ ଉଦ୍ଧାର କରିଛି। ତେବେ ଏହା ଏକ ହତ୍ୟାକାଣ୍ଡ  ସନ୍ଦେହ କରି ତଦନ୍ତ ଜାରି ରଖିଛି।
ଖବର ନେବାରେ ଜଣାଯାଇଛି ରଣପୁର ବ୍ଲକ ଅନ୍ତର୍ଗତ ବିନୋଦପଡା ଗାଁର ଜନୈକ ଗାଈଚରାଳି ଗାଈମାନଙ୍କୁ ନେଇ ଫେରୁଥିବାବେଳେ ସନ୍ଧ୍ୟାରେ ଉକ୍ତ ଗାଁସ୍ଥିତ ଢୋଲାବନ୍ଧ ନିକଟରେ ଜଣେ ମହିଳାଙ୍କ ଶବ ଦେଖିଥିଲେ। ସେ ଏନେଇ ଗାଁଲୋକଙ୍କୁ ଜଣାଇଥିଲେ। ପରେ ଖବର ପାଇ ରଣପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସାଙ୍ଗକୁ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।
ଅପରପକ୍ଷେ କେହି ଦୁର୍ବୁତ୍ତ ମହିଳାଙ୍କୁ ହତ୍ୟା କରି ଉକ୍ତ ଜଙ୍ଗଲିଆ ତଳି ଅଞ୍ଚଳରେ ଫୋପାଡ଼ି ଦେଥାଇପାରେ ବୋଲି ପୁଲିସ ତଥା ଗ୍ରାମବାସୀ ସନ୍ଦେହ କରୁଥିବା ଚର୍ଚ୍ଚା ହେଉଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe