Shutterstock
କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ନୁନମାଠରୁ କିଛି ଦିନ ତଳେ ଜଣେ ମହିଳା କୁନ୍ତି ମୁଣ୍ଡା (୪୬) ନିଖୋଜ ହୋଇଥିଲେ। ଶନିବାର ତାଙ୍କ ମୃତଦେହ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହା ଏକ ହତ୍ୟାକାଣ୍ଡ ବୋଲି ମୃତ ମହିଳାଙ୍କ ପୁଅ ଅଭିଯୋଗ କରିବାରୁ ପୁଲିସ୍ ହତ୍ୟା ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ସେହି ଗାଁର ଜଣେ ଯୁବକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ୍ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।
Follow Us