ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ଥାନା ଖୁଣ୍ଟପାଲି ଗ୍ରାମର ଏକ କୂଅ ଭିତରୁ ଜଣେ ଯୁବତୀଙ୍କ ଉଲଗ୍ନ ଶବ ଉଦ୍ଧାର ହୋଇଛି। ପୁଲିସ୍ ଏହି ମାମଲାରେ ଜଣେ ଯୁବକକୁ ଅଟକ ରଖି ତଦନ୍ତ ଜାରି ରହିଛି । ବିଜେପୁର ଥାନା ସାଇପାଲି ଗ୍ରାମର କ୍ଷୀରୋଦ୍ର ଛତ୍ରିଆଙ୍କ ଝିଅ ପଦ୍ମିନୀ (୨୫) ଗତ ୧୫ ତାରିଖରୁ ନିଖୋଜ ଥିଲେ। ପରିବାରବର୍ଗ ୧୬ ତାରିଖ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ତନାଘନା କରି ସେହି ଗ୍ରାମର ଚନ୍ଦଶେଖର ସେଠ ନାମକ ଜଣେ ଯୁବକକୁ ସନ୍ଦେହରେ ଅଟକ ରଖି ପଚରାଉଚରା କରିଥିଲା। ତେବେ ଚନ୍ଦ୍ରଶେଖର ତଣ୍ଟି ଚିପି ପଦ୍ମିନୀଙ୍କୁ ହତ୍ୟା କରି ଶବକୁ କୂଅରେ ପିଙ୍ଗି ଦେଇଥିବା ପୁଲିସ ଜେରା ପରେ ଜାଣିବାକୁ ପାଇଥିଲା। ଶନିବାର ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ତନାଘନାରେ ନିୟୋଜିତ ଥିଲେ। ଅଗ୍ନିଶମ ବିଭାଗ ସହାୟତାରେ କୂଅ ଭିତରରୁ ମୃତ ଦେହ ଉଦ୍ଧାର କରାଯାଇଥିଲା। ଶବ ସଂପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା। ପଦ୍ମନୀଙ୍କ ଅନ୍ୟତ୍ର ବିବାହ ପ୍ରସ୍ତାବ ପଡ଼ିଥିଲା। ପ୍ରେମିକ ଚନ୍ଦ୍ରଶେଖର ତାଙ୍କୁ ଡାକି ରାଗରେ ହତ୍ୟା କରିଥିବା ପୁଲିସ ସୂତ୍ରରୁ ପ୍ରକାଶ। ପ୍ରେମିକ ଚନ୍ଦ୍ରଶେଖରକୁ ଅଟକ ରଖି ପୁଲିସ୍ ତଦନ୍ତ ଚଳାଇଛି।
କୂଅ ଭିତରୁ ଯୁବତୀଙ୍କ ଶବ ଉଦ୍ଧାର
Advertisment
Follow Us