ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ଥାନା ପୁଲିସ ଗୁରୁବାର ଫୁପଗାଁରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି। ତେବେ ତାଙ୍କୁ ହତ୍ୟା କରାଯାଇଥିବା ବାପଘର ଲୋକେ ଅଭିଯୋଗ ଆଣିଛନ୍ତି।

ଆମପାଣି ଥାନା ଡୁଡୁକାଠେଙ୍ଗା ପଞ୍ଚାୟତ ମୁଗୁନାପଦର ଗ୍ରାମର ନକୁଲ ନାଏକଙ୍କ ଦ୍ବିତୀୟ ଝିଅ ଅଷ୍ଟମୀ ନାଏକ (୨୨) ଗତବର୍ଷ ଫୁପଗାଁ ଗ୍ରାମର ମଧୁସୂଦନ ପୂଝାରୀଙ୍କୁ ବିବାହ କରିଥିଲେ। ତେବେ ଗୁରୁବାର ସକାଳେ ଅଷ୍ଟମୀ ଆତ୍ମହତ୍ୟା କରିଥିବା ନେଇ ପଡ଼ୋଶୀ ଗାଁ ଲୋକଙ୍କ ପାଖରୁ ବାପଘର ଲୋକେ ଜାଣିବାକୁ ପାଇଥିଲେ। ଫଳରେ ବାପଘର ଲୋକେ ତୁରନ୍ତ ଫୁପଗାଁରେ ପହଞ୍ଚି ଥିଲେ। ତେବେ ଅଷ୍ଟମୀ ଆତ୍ମହତ୍ୟା କରିଥିବା ଶାଶୂଘର ଲୋକେ କହିଥିଲେ। ମୃତ ଅଷ୍ଟମୀଙ୍କ ଭାଇ ଆନନ୍ଦ ନାଏକ ଭଉଣୀଙ୍କୁ ଶାଶୂ ଘରେ ନିର୍ଯାତନା ଦେଇ ମାରି ଦେଇଥିବା କୋକସରା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରି ଶବ ଜବତ କରିଥିଲା। କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଅନ୍ୟପଟେ ମୃତ ଅଷ୍ଟମୀଙ୍କ ସ୍ବାମୀ ମଧୁସୂଦନଙ୍କୁ ପଚରାଉଚୁରା କରୁଥିବା ଜଣାପଡ଼ିଛି। ଏନେଇ କୋକସରା ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe