ଝରଣାକୁ ଗାଧୋଇବାକୁ ଯାଇଥିଲେ ଯୁବତୀ, ମୃତଦେହ ଉଦ୍ଧାର

Advertisment
ଝରଣାକୁ ଗାଧୋଇବାକୁ ଯାଇଥିଲେ ଯୁବତୀ, ମୃତଦେହ ଉଦ୍ଧାର

ପାଇକମାଲ: ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଜର୍ଜଗଡ଼ ଗ୍ରାମର ଜଣେ ଯୁବତୀଙ୍କ ମୃତଦେହ ଆଜି ଗ୍ରାମ ନିକଟରୁ ପ୍ରବାହିତ ହେଉଥିବା ଝରଣା ନିକଟରେ ପଡିଥିବା ଦେଖିବାକୁ ମିଳିଛି। ପ୍ରାପ୍ତ ସୂଚନା ଅନୁସାରେ ମୃତ ଯୁବତୀ ଓ ତାଙ୍କର ଭଉଣୀ ଝରଣାକୁ ଗାଧୋଇବା ପାଇଁ ଯାଇଥିଲେ। ମୃତ ଯୁବତୀ ଗୋଟିଏ ବାଲ୍ଟିରେ ପାଣି ନେଇ ଶୌଚ ପାଇଁ ଯାଇଥିବା ବେଳେ କେହି ଜଣେ ତାର ଗଲାକାଟି ହତ୍ୟା କରିଥିବା ଭଳି ଜଣାପଡୁଛି । ମୃତ ଯୁବତୀଙ୍କର ଭଉଣୀ ହାତରେ ମଧ୍ୟ ଆଘାତ ଲାଗିଛି।

ପ୍ରାପ୍ତ ସୂଚନା ଅନୁସାରେ ଯୁବତୀଙ୍କର ଭଉଣୀ ମୃତ ଯୁବତୀଙ୍କ ଚିତ୍କାର ଶୁଣି ଘଟଣାସ୍ଥଳକୁ ପହଞ୍ଚି ବଡ଼ ଭଉଣୀକୁ ଛଡ଼ାଇବାର ପ୍ରୟାସ କରୁଥିବା ବେଳେ ତାଙ୍କର ହାତରେ ଆଘାତ ଲାଗିଥିଲା। ଘଟଣାର ଖବର ପାଇବା ପରେ ପାଇକମାଲ ଥାନା ଅଧିକାରୀ ସୁଶାନ୍ତ କୁମାର ବଢ଼େଇ ଘଟଣାସ୍ଥଳକୁ ପହଞ୍ଚି ତତ୍ପରତାର ସହିତ ଅନୁସନ୍ଧାନ ଜାରି ରଖିଛନ୍ତି। ତେବେ ସାଇଣ୍ଟିଫିକ ଟିମ ଓ ଅନୁସନ୍ଧାନୀ କୁକୁର ଏପଯ୍ୟନ୍ତ ପହଞ୍ଚି ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe