Advertisment

ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ସନ୍ଦେହ

Advertisment
ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ସନ୍ଦେହ

PNGkit

ନୀଳଗିରି: ବାଲେଶ୍ବର ଜିଲ୍ଲା କୁଲଡ଼ିହା ଅଭୟାରଣ୍ୟର ଭେଜିଗୋଟ ଗ୍ରାମର ମେଦିନୀ ଶିଳା ଚଉଡମାଣିଆନାଳ ନିକଟରେ ବରହମପୁର ଥାନା ଅଧୀନ ଛତ୍ରପୁର ଗ୍ରାମର ମହେଶ୍ବର ଦାସଙ୍କ ପୁଅ ଶତ୍ରୁଘ୍ନ ଦାସ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ଶତ୍ରୁଘ୍ନଙ୍କର ଛତ୍ରପୁର ବଜାରରେ ଏକ ତେଜରାତୁ ଦୋକାନ ରହିଛି।

ଆଜି ଦିନ ୧୨ ଟାରୁ ବଜାରକୁ ଯାଉଛି କହି ଶତ୍ରୁଘ୍ନ ପଳାଇ ଆସିଥିଲେ। ହେଲେ ଫୋନ ନଲାଗିବା ଓ ଘରକୁ ନ ଫେରିବାରୁ ପରିବାର ଲୋକେ ଅନେକ ଖୋଜା ଖୋଜି କରିଥିଲେ। ଶେଷରେ ବାରାଖାଦା ନିକଟ ଜଙ୍ଗଲ ରାସ୍ତାରେ ତାର ବାଇକ୍ ଟି ଛିଡା ହୋଇ ଥିବାର ଦେଖିବାକୁ ମିଳିଥିଲା। ସେଠାରେ ଖୋଜା ଖୋଜି କଲା ପରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ସ୍ଥାନୀୟ ଲୋକମାନେ ଦେଖି ବରହମପୁର ପୋଲିସକୁ ଅବଗତ କରିଥିଲେ।ବରହମପୁର ଥାନା ଅଧିକାରୀ ଶୁଭେନ୍ଦୁ ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ଶହ ମୃତ ଦେହକୁ ଜବତ କରିଛନ୍ତି।ଘଟଣଆ ସ୍ଥଳରୁ ଗୋଟିଏ ମଦବୋତଲ ଓ ଦୁଇଟି ଗ୍ଲାସ ମରାମତି କରାଯାଇଛି ।ତେବେ ଶତ୍ରୁଘ୍ନଙ୍କ ସହିତ ସେ ଦ୍ବିତୀୟ ବ୍ୟକ୍ତି କିଏ ? ଏହା ହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe