ଭୁବନେଶ୍ବରରେ ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ, ହତ୍ୟା ଅଭିଯୋଗ

ରାଜଧାନୀର ରାସ୍ତାକଡ଼ରୁ ଆଜି ସନ୍ଧ୍ୟାରେ ଜଣେ ଯୁବକଙ୍କର ମୃତଦେହ ଉଦ୍ଧାର ହୋଇଛି। ସହିଦ ନଗର ଥାନା ପୁଲିସ ଯୁବକଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। 

New Project (4)

ଭୁବନେଶ୍ବର: ରାଜଧାନୀର ରାସ୍ତାକଡ଼ରୁ ଆଜି ସନ୍ଧ୍ୟାରେ ଜଣେ ଯୁବକଙ୍କର ମୃତଦେହ ଉଦ୍ଧାର ହୋଇଛି। ସହିଦ ନଗର ଥାନା ପୁଲିସ ଯୁବକଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। 

ସୂଚନା ଅନୁସାରେ ସହିଦ ନଗର ଥାନା ଅଧୀନ ଆଚାର୍ଯ୍ୟ ବିହାରସ୍ଥିତ ନିକୋପାର୍କ ରାସ୍ତାକଡ଼ରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖି ରାସ୍ତାରେ ଯାତୟତ କରୁଥିବା ଲୋକେ ପୁଲିସକୁ ସୂଚନା ଦେଇଥିଲେ।

ସ୍ଥାନୀୟ ଲୋକଙ୍କର ସୂଚନା କ୍ରମେ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇଛି। ଆସନ୍ତାକାଲି ଏହା ପୋଷ୍ଟମର୍ଟମ ହେବ। ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ କାରଣ ଜଣାପଡ଼ିବ। ପୁଲିସ କହିଛି, ଯୁବକଙ୍କର ପରିଚୟ ମିଳିପାରି ନାହିଁ। ସାଇଣ୍ଟିଫିକ୍‌ ଟିମ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe