ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ଫେରିଲେନି ଯୁବକ, ଝୁଲନ୍ତା ମୃତଦେହ ଉଦ୍ଧାର

Advertisment
ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ଫେରିଲେନି ଯୁବକ, ଝୁଲନ୍ତା ମୃତଦେହ ଉଦ୍ଧାର
ବୈପାରିଗୁଡା: ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିବା ଜଣେ ଯୁବକ ଆଉ ଘରକୁ ଫେରି ନାହାନ୍ତି। ଗତକାଲି ଠାରୁ ନିଖୋଜ ଥିବା ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଆଜି ଉଦ୍ଧାର କରାଯାଇଛି। ମୃତ ଯୁବକ ହେଲେ ଗୌର ପାଣ୍ଡି (୧୯)। ତେବେ ତାଙ୍କର ମୃତ୍ୟୁର କାରଣ ଜଣାପଡ଼ିନାହିଁ।
ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ଦଶମନ୍ତପୁର ପଞ୍ଚାୟତର ମହନ୍ତପୁଟ ଗ୍ରାମର ଗୌର ପାଣ୍ଡି ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ଗତକାଲି ଗାଆଁରେ ଚାଲିଥିବା ଗଣେଶ ପୂଜାର ଶେଷ ଦିନରେ ଭୋଜିର ଆୟୋଜନ କରାଯାଇଥିଲା। ଗ୍ରାମର ସମସ୍ତ ଯୁବକ ଭୋଜି ଖାଇ ସାରିବା ପରେ ଗଣେଶ ମୂର୍ତ୍ତି ବିସର୍ଜନ କରିଥିଲେ। ବିଳମ୍ବିତ ରାତିରେ ମୂର୍ତ୍ତି ବିସର୍ଜନ ପରେ ସମସ୍ତେ ଘରକୁ ଫେରିଥିବା ବେଳେ ଗୌର ଘରକୁ ଫେରି ନଥିଲେ। ତେବେ ମା’ ଚନ୍ଦ୍ରମା କେଉଁ ବନ୍ଧୁଙ୍କ ସହ ଶୋଇପଡ଼ି ଥିବ ଭାବି ବିଶେଷ ଗୁରୁତ୍ବ ଦେଇ ନ ଥିଲେ।
ତେବେ ଆଜି ସକାଳୁ ଗାଆଁର କିଛି ଲୋକ ଶୌଚ ପାଇଁ ପୋଖରୀ ଆଡ଼କୁ ଯାଇଥିବା ବେଳେ ପାଖ ବିଲରେ ଥିବା ଆମ୍ବ ଗଛରେ ଗୌରଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏସଂପର୍କରେ ଗୌରଙ୍କ ପରିବାରକୁ ଜଣାଇବା ସହ ବୈପାରିଗୁଡ଼ା ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି। ତେବେ ତଳେ ଗୋଟିଏ କୀଟନାଶକ ଓାୖଷଧ ବୋତଲ ପଡ଼ିଥିବାରୁ ବିଷ ପିଇବା ସହ ବେକରେ ଦଉଡ଼ି ଦେଇ ଗୌର ଆତ୍ମହତ୍ୟା କରିଥିବା ସଂଦେହ ହେଉଛି। ପରିବାରର ଲୋକଙ୍କ କହିବା ଅନୁଯାୟୀ ଗୌରଙ୍କ ମା’ ଚନ୍ଦ୍ରମା ପାବ୍ଲିଗୁଡାର ପର୍ଶୁ ପାଣ୍ଡିକୁ ବିବାହ କରିଥିଲେ। ଗୌର ଜନ୍ମ ହେବା ପରେ ପାରିବାରିକ କଳିକୁ ନେଇ ସ୍ବାମୀ-ସ୍ତ୍ରୀ ମଧ୍ୟରେ ଛାଡ଼ପତ୍ର ହୋଇଥିଲା। ଚନ୍ଦ୍ରମା ନିଜ ବାପା ଘରେ ମହନ୍ତପୁଟରେ ରହୁଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଏଏସ୍ଆଇ ଶିବ ଶଙ୍କର ନାୟକ ପ୍ରକାଶ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe