କ୍ଲବ ଘର ପଛପଟରୁ ଯୁବକଙ୍କ ମୃତଦେହ ତଣ୍ଟିକଟା ଅବସ୍ଥାରେ ଉଦ୍ଧାର, ପୁଲିସ୍‌ର ଛାନ୍‌ଭିନ୍‌ ଜାରି

କ୍ଲବ ଘର ପଛପଟରୁ ଯୁବକଙ୍କ ମୃତଦେହ ତଣ୍ଟିକଟା ଅବସ୍ଥାରେ ଉଦ୍ଧାର, ପୁଲିସ୍‌ର ଛାନ୍‌ଭିନ୍‌ ଜାରି

ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ସହର ପ୍ରସିଦ୍ଧ ଗଣେଶ ପୂଜାକୁ ନେଇ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ଆଜି ଅପରାହ୍‌ଣରେ ସ୍ଥାନୀୟ ଥାନା ଅଧୀନ କୁଦିଆରୀ ରଂଗଣୀ ସାହିସ୍ଥିତ ଏକ କ୍ଲବ ଘର ପଛପଟରୁ ଜଣେ ଯୁବକଙ୍କ ମୃତଦେହ ତଣ୍ଟିକଟା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ଯୁବକ ହେଲେ ପ୍ରଫୁଲ୍ଲ ବାରିକ (୪୮)।

ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପୁରୀ ଜିଲ୍ଲା ପିପିଲି ଥାନା ଅଧୀନ ହରିରାଜପୁରର ଗାଁର ପ୍ରଫୁଲ୍ଲ ବାରିକଙ୍କ ମୃତଦେହ ତଣ୍ଟିକଟା ଅବସ୍ଥାରେ ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକଙ୍କ ଠାରୁ ଆଜି ଅପରାହ୍‌ଣ ପ୍ରାୟ ୨ଟାରେ ହତ୍ୟା ନେଇ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ୍‌ ଛାନ୍‌ଭିନ ଜାରି ରଖିଛି। ତେବେ ଏହି ଘଟଣା କିଏ କରିଛି ତାହା ଜଣାପଡ଼ି ନାହିଁ।

ସୂଚନାଯୋଗ୍ୟ, ଆସନ୍ତା ୭ ତାରିଖ ଦିନ ଗଣେଶ ପୂଜା ଅନୁଷ୍ଠିତ ହେବ। ଜଟଣୀରେ ଗଣେଶ ପୂଜା ମହେତ୍ସବ ଅନୁଷ୍ଠିତ। ପ୍ରାୟ ୧୦ ଦିନ ଯାଏଁ ଏହି ସମାରୋହ ଚାଲିବ। ଏଥି ପାଇଁ ଜଟଣୀ ସହର ଉତ୍ସବମୁଖର ହେବ। ତେବେ ଗଣେଶ ପୂଜାର ୨୩ ଦିନ ପୂର୍ବରୁ ସହରରେ ଏକ ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି। ଜଟଣୀରେ ଏଭଳି ହତ୍ୟାକାଣ୍ଡ ପ୍ରଥମ ଘଟଣା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe