ଯୁବକଙ୍କ କ୍ଷତବିକ୍ଷତ ଶବ ଉଦ୍ଧାର: ସ୍ତ୍ରୀ ଆଣିଲେ ହତ୍ୟା ଅଭିଯୋଗ, ଜଣେ ଅଟକ

ଶିଶୁର ଶବକୁ ନିଜ କାରରେ ନେଇ ଘରେ ଛାଡିଲେ ଯୁବକ

East Idaho News

ବାରିପଦା: ବାରିପଦା ପୌରପରିଷଦ ୱାର୍ଡ ନଂ-୨୦ ଶୁନଗଡ଼ିଆ ଅଞ୍ଚଳର ବିକ୍ରମ ଦାସଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ବାରିପଦା ଟାଉନ୍‌ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ମୃତକଙ୍କ ପତ୍ନୀ ମିନୁ ଦାସଙ୍କ ଅଭିଯୋଗକ୍ରମେ ଗୋଲେଇ ବଜାର ଜିତୁ ପଣ୍ଡା(ଜିତୁ ନନା’ଙ୍କ) ଘର ସମ୍ମୁଖରୁ ଆଜି ତାଙ୍କ ସ୍ବାମୀଙ୍କ କ୍ଷତାକ୍ତ ମୃତ ଶରୀର ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପିଆରଏମ ମେଡିକାଲକୁ ପଠାଇଛି । ମୃତକ ବିକ୍ରମଙ୍କ ପତ୍ନୀ କିନ୍ତୁ ଏହା ଏକ ହତ୍ୟାକାଣ୍ଡ ଏବଂ ଗୋଲେଇ ବଜାର ଜିତୁ ନନା ତାଙ୍କ ସ୍ୱାମୀକୁ ହତ୍ୟା କରି ଘର ସମ୍ମୁଖରେ ପକାଇ ଦେଇଛି ବୋଲି ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ମୃତକଙ୍କ ପତ୍ନୀଙ୍କ ଅଭିଯୋଗ ଅଭିଯୋଗ ଅନୁସାରେ ତାଙ୍କ ସ୍ୱାମୀ ଗତକାଲି  ପୂର୍ବାହ୍ନ ସାଢ଼େ ୯ ସମୟରେ ଘରୁ ବାହାରିଥିଲେ । ଏହି ସମୟରେ ତାଙ୍କ ସ୍ୱାମୀଙ୍କ ସହ ଗୋଲେଇ ବଜାର ଅଞ୍ଚଳର ଜିତୁ ନନା ସାଥୀରେ ରହିଥିବାର ଶୁନଗଡ଼ିଆ ଅଞ୍ଚଳର ଗଣେଶ ନାଏକ, କୁନା ନାଏକ, ଶିବ ମୁଖୀ ପ୍ରମୁଖ ଦେଖି ଥିଲେ । କିନ୍ତୁ ଦିନରେ ଘରକୁ ନ ଫେରିବାରୁ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରି ପାଇ ନ ଥିଲେ । ଏହାପରେ ସ୍ୱାମୀ ହସ୍‌ପିଟାଲରେ ମରିପଡ଼ିଥିବା ଖବର ପାଇଥିଲେ। ସେଠାରେ ସ୍ୱାମୀଙ୍କ କ୍ଷତବିକ୍ଷତ ଶବ ଦେଖିବାକୁ ପାଇଥିଲେ । କୌଣସି କାରଣରୁ ଜିତୁ ନନା ତାଙ୍କ ସ୍ୱାମୀକୁ ମାରି ଘର ସମ୍ମୁଖରେ ପକାଇ ଦେଇଛନ୍ତି । ତେଣୁ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରିଛନ୍ତି ସ୍ତ୍ରୀ ମିନୁ ଦାସ । ଉକ୍ତ ଘଟଣାକୁ ନେଇ ଥାନାରେ ଆଇପିସି ଧାରା ୩୦୨ ଅନୁସାରେ କେଶ ନମ୍ବର ୬୧୯ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ଏହି ଘଟଣାରେ ଜିତୁ ପଣ୍ଡା ଅଟକ ଥିବା ବାରିପଦା ଟାଉନ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe