କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୂଆଳୋ ନିକଟସ୍ଥ ରେଙ୍ଗାଳି ବାମ ପାର୍ଶ୍ଵ କେନାଲରୁ ନିଖୋଜ କାଉଡ଼ିଆଙ୍କ ମୃତଦେହ ଉଦ୍ଧାର ହୋଇଛି।
ସୂଚନାଯୋଗ୍ୟ, ଗତକାଲି ଅଷ୍ଟଶମ୍ଭୁ ମନ୍ଦିରରେ ଜଳାଭିଷେକ ପାଇଁ ପାଣି ଉଠାଉଥିବା ବେଳେ ତାଳଚେର ଅଞ୍ଚଳର ସୋମନାଥ ବାରିକଙ୍କ ପୁଅ ଶ୍ୟାମସୁନ୍ଦର ବାରିକ (୧୬) ନାମକ ଜଣେ କାଉଡ଼ିଆ ନିଖୋଜ ଥିଲେ। ଗତକାଲି ଦିନ ତମାମ ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କେନାଲର ଜଳସ୍ତର ଅଧିକ ଥିବା କାରଣରୁ କୌଣସି ସନ୍ଧାନ ପାଇ ନଥିଲେ। ତେବେ ଏ ନେଇ ସ୍ଥାନୀୟ ଲୋକ ଓଡ୍ରାଫ ଟିମ ପାଇଁ ଜିଲ୍ଲାପାଳଙ୍କୁ ଫୋନ ଯୋଗେ ଦାବି କରିଥିଲେ। ଓଡ୍ରାଫ ଟିମ ଗତ କାଲି ସନ୍ଧ୍ୟାରେ ଘଟଣାସ୍ଥଳରେ ପହଞ୍ଚିଥିଲା।
ଆଜି ସକାଳେ ନିଖୋଜ ଥିବା ଯୁବକଙ୍କ ମୃତଦେହ ଘଟଣାସ୍ଥଳଠାରୁ ପାଞ୍ଚ ଶହ ମିଟର ଦୂରରେ ଭାସୁଥିବାର ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ଓଡ୍ରାଫ ଟିମ ମୃତଦେହ ଉଦ୍ଧାର କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି।
Follow Us